BJD Bijuli 480×75 Mob

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିବାରେ ଲାଗିଛି, ବନ୍ୟା ଆଶଙ୍କା ଟଳିଛି

BJD Bijuli 480×75 Mob

ଭୁବନେଶ୍ବର: ବନ୍ୟା ମୁକାବିଲା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ୟସ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କାଣୀ ନଦୀରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର କାଣୀ ନଦୀ ଘାଇ ମରାମତି ପାଇଁ ଲକ୍ଷ୍ୟ ରହିଛି। ଅନ୍ୟ କେଉଁଠି ନଦୀବନ୍ଧ ବା ଲୁଣାବନ୍ଧ କ୍ଷତି ହୋଇଥିବାର ସୂଚନା ନାହିଁ। ତେବେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିବାରେ ଲାଗିଛି, ବନ୍ୟା ଆଶଙ୍କା ଟଳିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ପ୍ରକାଶ କରିଛନ୍ତି।

ବନ୍ୟା ମୁକାବିଲା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ସମୁଦ୍ର ଜୁଆର ଯୋଗୁଁ ବସ୍ତା ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଥିଲା। ଅନୁଧ୍ୟାନ କରାଯାଉଛି, ରିପୋର୍ଟ ଆସିଲେ କ୍ଷତିପୂରଣ ମିଳିବ। ଆଗାମୀ ସମୟରେ ଉପକୂଳ ସୁଦୃଢ଼ିକରଣ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଉଛି। ଉପକୂଳ ପାଇଁ ୧୯୪୪କୋଟି ବ୍ୟୟ ଅଟକଳରେ ୩୮୦ କିଲୋମିଟର ଲୁଣାବନ୍ଧ ହେବ। ଆଗାମୀ ସମୟରେ ୬ରୁ୭ହଜାର କୋଟି ବ୍ୟୟ ଅଟକଳରେ ଡିପିଆର୍ ପ୍ରସ୍ତୁତ ହେଉଛି। ୪୮୦ କିଲୋମିଟର ସମୁଦ୍ର ତଟ ସହ ମୋଟ ୧୬୫୦ କିଲୋମିଟର ଲୁଣାବନ୍ଧ ସୁଦୃଢ଼ କରାଯିବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Comments are closed.