www.samajalive.in
Sunday, December 7, 2025
14.1 C
Bhubaneswar

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହେଉନଥିବା ଅଭିଯେ।ଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ପ୍ରାୟ ପନ୍ଦର ଶହରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ୫ଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ନଳ କୂପ ଅଚଳ ହୋଇପଡିଥିବା ବେଳେ ଗୋଟିଏରେ କମ ପାଣି ବାହାରୁଛି। ଯାହାଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ହଇରାଣ ହରକତ ହେଉଛନ୍ତି। ପାଣି ପାଇଁ ଗ୍ରାମବାସୀ ବିଭିନ୍ନ ଲୋକଙ୍କ ଘରେ ଥିବା କୂଅକୁ ପାଣି ଆଣିବା ପାଇଁ ଯିବାକୁ ପଡୁଛି। ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଅଚଳ ହୋଇ ପଡିଛି। ଯାହାଫଳରେ ଲୋକେ ପାଣି ଟିକିଏ ପାଇବା ପାଇଁ ନା ନା ସମସ୍ୟା ଦେଇଗତି କରୁଛନ୍ତି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏପରି ସ୍ଥଳେ ସରକାର ଓ ଜିଲା ପ୍ରଶାସନ ଜନସାଧାରଣଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି। ହେଲେ ସରକାର ଜନସାଧାରଣଙ୍କୁ ସେମାନଙ୍କ ମୌଳିକ ସୁବିଧା ଦେବାରୁ ବଂଚିତ କରୁଛନ୍ତି। ଏପରିସ୍ଥଳେ ଲୋକେ ପାଣି ପାଇଁ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories