ଅମାନିଆ ବ୍ୟବସାୟୀଙ୍କୁ ଜୋରିମାନା

ପାଟଣା: ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ,ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଦଳ ପକ୍ଷରୁ ଆଜି ପାଟଣା ବଜାର ଅଞ୍ଚଳରେ ଚଢାଉ ସମୟରେ କରୋନା କଟକଣା ମାନୁନଥିବା କିଛି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପାଟଣା ବିଦେଶୀ ମଦ ଦୋକାନ ଆଗରେ ଚୋରାରେ ମଦ ବିକ୍ରୀ କରାଯାଉଥିବାରୁ ଦୋକାନ ଆଗରେ ଗହଳି ପାଇଁ ଏହି ମଦ ଦୋକାନକୁ ୫ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ଆନନ୍ଦେଶ୍ଵର ବଜାରର ଅନ୍ୟ ଏକ ବାସନ କୁସନ ଦୋକାନକୁ ୫ ଶହ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି।

kalyan agarbati

Comments are closed.