www.samajalive.in
Sunday, December 7, 2025
23.1 C
Bhubaneswar

ତାଲାବନ୍ଦ ଯୋଗୁଁ ପରିବେଶ ନିର୍ମଳ: ଉତ୍ତରପ୍ରଦେଶରୁ ଦୃଶ୍ୟମାନ ହେଉଛି ହିମାଳୟ

ସାହରାନପୁର: ଗତବର୍ଷ ଠିକ୍‍ ଏହିଭଳି ଘଟିଥିଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେବାପରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ଗାଡିମଟର, କଳକାରଖାନା ଆଦି ଦୀର୍ଘଦିନ ବନ୍ଦ ରହିଲା। ଏହାଦ୍ୱାରା ଦେଶର ଅନେକ ଜନବହୁଳ ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ସର୍ବନିମ୍ନକୁ ଖସିଆସିଥିଲା। ପରିବେଶ ଏଭଳି ନିର୍ମଳ ହୋଇଯାଇଥିଲା ଯେ ପଞ୍ଜାବ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ହିମାଳୟ ପର୍ବତମାଳା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଏପରିକି ନୂଆଦିଲ୍ଲୀ ନିକଟରେ ଯମୁନା ନଦୀର ଜଳ ମଧ୍ୟ ପରିଷ୍କାର ହୋଇଯାଇଥିଲା, ଯାହା ବର୍ଷତମାମ କଳା ରଙ୍ଗ ଧାରଣ କରିଥାଏ। ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଜନିତ ତାଲାବାନ୍ଦ ମଧ୍ୟ ଆମ ବାୟୁମଣ୍ଡଳ ଏବଂ ପରିବେଶକୁ ନିର୍ମଳ କରିବାରେ ଅନେକ ସହାୟକ ହୋଇଛି। ଉତ୍ତରପ୍ରଦେଶର ସାହାରାନପୁର ସହରରୁ ଏବେ ହିମାଳୟର ଉଚ୍ଚ ବରଫାବୃତ ଶୃଙ୍ଗଗୁଡିକ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯାନବାହନ ଚଳାଚଳ ବନ୍ଦ, କଳକାରଖାନାରେ ଉତ୍ପାଦନ ହ୍ରାସ ସହିତ ଲଗାତର ବର୍ଷା ଯୋଗୁ ଏଭଳି ସଫଳତା ମିଳିପାରିଛି। ଗୁରୁବାର ଦିନ ଅନେକ ଲୋକ ନିଜ ଘର ଛାତ ଉପରୁ ହିମାଳୟ ପର୍ବତମାଳାର ଫଟୋ ଉଠାଇ ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଗୁରୁବାର ପ୍ରାୟ ସଂଧ୍ୟା ସମୟରେ ହିମାଳୟର ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ ବନ୍ଦେରପୁର ଶ୍ରେଣୀ ଅସ୍ତଗାମୀ ସୂର୍ଯ୍ୟାଲୋକରେ ଉଦଭାସିତ ହେଉଥିଲା। ଏହା ଦେଖିବାପରେ ପରିବେଶବିତମାନେ ପରିବେଶ ପ୍ରଦୂଷଣ ରୋକିବା ଏବଂ ତାହାର ସୁରକ୍ଷା ନେଇ ଏବେ ଦୃଢ ମତ ପୋଷଣ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories