www.samajalive.in
Sunday, December 7, 2025
18.1 C
Bhubaneswar

ପତି-ପତ୍ନୀ ଉଭୟ ସରକାରୀ ଚାକିରି କରିଥିଲେ ଜଣଙ୍କର ପଡ଼ିବ ନିର୍ବାଚନ ଡ୍ୟୁଟି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ରେ ସରକାରୀ କର୍ମଚାରୀମାନଙ୍କ ଡ୍ୟୁଟିକୁ ନେଇ ନିର୍ଦେଶନାମା ଜାରି କରାଯାଇଛି। ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ଦୁଇଜଣ ଯାକ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବେନାହିଁ। ସେମାନଙ୍କ ମଧ୍ୟରୁ ଜଣଙ୍କର ହିଁ ନିର୍ବାଚନ ଡ୍ୟୁଟି ପଡ଼ିବ। ଏଥିପାଇଁ ଜିଲା ନିର୍ବାଚନ ଅଧିକାରୀଙ୍କୁ ଏକ ପ୍ରାର୍ଥନା ପତ୍ର ଦେବାକୁ ପଡ଼ିବ ଏବଂ ଏହି ଆଧାରରେ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କୁ ଡ୍ୟୁଟିରୁ ମୁକ୍ତ କରିବାକୁ ଜିଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି।

ନିର୍ଦେଶନାମା ଅନୁଯାୟୀ, ଯଦି ପତି-ପତ୍ନୀ ଉଭୟ ସରକାରୀ ସେବାରେ ଅଛନ୍ତି, ତେବେ ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥନା ପତ୍ର ଆଧାରରେ ନିର୍ବାଚନ ଡ୍ୟୁଟିରୁ ମୁକ୍ତି ଦେବା ପାଇଁ ପୂର୍ବ ପରି ସମସ୍ତ ଜିଲା ନିର୍ବାଚନ ଅଧିକାରୀ/ସହକାରୀ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ଜୁନ୍‌ ୪ରେ ମତଗଣନା ହେବ।

- Advertisement -

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories