www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଗୋଡ଼ ନ ଥାଇ ବି ୩୮୦୦ ମିଟର ଉଚ୍ଚ ପାହାଡ଼ ଚଢ଼ି କଲେ ଅମରନାଥଙ୍କ ଦର୍ଶନ

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ଶରୀରର ବଳ ଅପେକ୍ଷା ମନର ବଳ ଅଧିକ ଶକ୍ତିଶାଳୀ। ସେଥିପାଇଁ ଏକ ପ୍ରବାଦ ରହିଛି ‘ପଙ୍ଗୁଂ ଲଂଘୟତେ ଗିରି’। ଅର୍ଥାତ ଇଚ୍ଛାଶକ୍ତି ଥିଲେ ଜଣେ ଦିବ୍ୟାଙ୍ଗ ବି ପାହାଡ଼ ଚଢ଼ିପାରେ। ଏହାର ଜଣେ ଉଦାହରଣ ସାଜିଛନ୍ତି ରାଜସ୍ଥାନର ଆନନ୍ଦ ସିଂହ। ତାଙ୍କୁ ଏହି ମନର ବଳ ମିଳିଛି ଭଗବାନ ଶିବଙ୍କ ଭକ୍ତିରୁ। ଭକ୍ତିର ଶକ୍ତି ବଳରେ ଦୁଇ ଗୋଡ଼ ନ ଥାଇ ବି ସେ ୩୮୮୦ ମିଟର ଉଚ୍ଚ ପାହାଡ଼ ଚଢ଼ି ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି।

୩ୟ ପର୍ଯ୍ୟାୟରେ ୬ ହଜାର ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି। ଜାମ୍ମୁର ଭଗବତୀ ନଗର ବେସ୍‌ କ୍ୟାମ୍ପରୁ ଯାତ୍ରୀମାନେ ବାହାରି ହିମାଳୟ ଚଢ଼ି ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ତେବେ ଆନନ୍ଦ ପ୍ରଥମ ଥର ପାଇଁ ଏଠାକୁ ଆସିନାହାନ୍ତି। ଏହାକୁ ମିଶାଇ ସେ ମୋଟ ୧୨ ଥର ଅମରନାଥ ଯାତ୍ର କଲେଣି, ତାହା ବି ପୁଣି ନିଜର ୨ ଗୋଡ଼ ନ ଥାଇ।

- Advertisement -

୨୦୦୨ ମସିହାରେ ଏକ ଦୁର୍ଘଟଣାରେ ଆନନ୍ଦ ତାଙ୍କର ଦୁଇ ଗୋଡ଼ ହରାଇଥିଲେ। ଜଙ୍ଘଠାରୁ ତଳକୁ ୨ ଗୋଡ଼ କଟିଯାଇଥିଲା। ପରେ ବହୁ ବାଧାବିଘ୍ନରେ ତାଙ୍କ ଜୀବନ କଟିଥିଲା। ୨୦୧୦ରେ ସେ ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା କରିଥିଲେ। ୨୦୧୩ରେ କେଦାରନାଥରେ ବନ୍ୟା ଯୋଗୁ ସେ ଯାତ୍ରା କରିପାରି ନ ଥିଲେ। ପରେ କୋଭିଡ ସମୟରେ ସେ ୨ ଥର ଯାତ୍ରା ବନ୍ଦ କରିଥିଲେ।

ଆନନ୍ଦ କୁହନ୍ତି, ଭଗବାନ ଶିବଙ୍କ ସହିତ ତାଙ୍କର ସ୍ଵତନ୍ତ୍ର ପ୍ରକାର ସମ୍ପର୍କ ରହିଛି। ପ୍ରତ୍ୟେକ ବର୍ଷ ଏହି ସମ୍ପର୍କ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସେଥିପାଇଁ ସେ ଏଠାକୁ ଆସିପାରୁଛନ୍ତି। ଯେପର୍ଯ୍ୟନ୍ତ ଭଗବାନଙ୍କ ଆଶୀର୍ବାଦ ରହିଥିବ ସେ ପର୍ଯ୍ୟନ୍ତ ସେ ଯାତ୍ରା ଜାରି ରଖିବେ।

ସୂଚନାଯୋଗ୍ୟ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ପାଲଗାମରେ ଅବସ୍ଥିତ ବାବା ଅମରନାଥଙ୍କ ଗୁମ୍ଫାରେ ବରଫ ଲିଙ୍ଗକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଯାତ୍ରା ଶେଷ ହେବ। ୧୫୦ ବର୍ଷ ତଳେ ଜଣେ ମୁସଲମାନ ମେଷ ପାଳକଙ୍କ ଦ୍ଵାରା ଏହି ଗୁମ୍ଫା ଠାବ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories