ଦେଖନ୍ତୁ ଭିଡିଓ: କେଦାରନାଥ ମନ୍ଦିର ପଛରେ ହିମ ସ୍ଖଳନ
ସମାଜ ଡିଜିଟାଲ ଡେସ୍କ: କେଦାରନାଥ ମନ୍ଦିର ପଛପଟ ପାହାଡ଼ରେ ଘଟିଛି ହିମ ସ୍ଖଳନ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ମନ୍ଦିର ପଛପଟେ ଥିବା ଗାନ୍ଧୀ ସରୋବର ନିକଟ ପାହାଡ଼ରୁ ବିରାଟ ଆକାରର ବରଫ ଅତଡ଼ା ତଳକୁ ଧସିଛି। ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। କିନ୍ତୁ ମନ୍ଦିରର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।
VIDEO | Uttarakhand: An avalanche occurred over Gandhi Sarovar in Kedarnath. No loss of life and property was reported. More details are awaited. pic.twitter.com/yfgTrYh0oc
— Press Trust of India (@PTI_News) June 30, 2024
Comments are closed.