www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ୫୦% ଲୋକ ତୁଣ୍ଡି ପିନ୍ଧନ୍ତି ନାହିଁ, ୧୦୦ରେ ୭ ଜଣ ଠିକ ଭାବରେ ପିନ୍ଧନ୍ତି

ନୂଆଦିଲ୍ଲୀ: ଭାରତରେ ୫୦% ଲୋକ ମୁହଁରେ ତୁଣ୍ଡି ପିନ୍ଧୁନଥିବା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି। ଏଥିସହିତ ତୁଣ୍ଡି ପିନ୍ଧୁଥିବା ଅବଶିଷ୍ଟ ୫୦ ପ୍ରତିଶତଙ୍କ ମଧ୍ୟରୁ ପ୍ରତି ୧୦୦ ଜଣରେ ୭ ଜଣ ବା୧୪% ଲୋକ ଠିକ୍‍ ଭାବରେ ତୁଣ୍ଡି ପିନ୍ଧିଥାନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏହି ସର୍ବେକ୍ଷଣ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କୋଭିଡ-୧୯ ମହାମାରୀ ସମ୍ପର୍କରେ ନିୟମିତ ତଥ୍ୟ ଉପସ୍ଥାପନ କରିବା ଅବସରରେ ସେ କହିଥିଲେ, ଦେଶରେ ତୁଣ୍ଡି ପିନ୍ଧୁଥିବା ୫୦ ଭାଗ ଲୋକଙ୍କ ମଧ୍ୟରୁ ମାତ୍ର ୧୪% ତାହାକୁ ଠିକ୍‍ ଭାବରେ ପିନ୍ଧୁଥିବାବେଳେ ଅନ୍ୟମାନେ ତାହାକୁ ନାକ ତଳକୁ ପାଟି ଉପରକୁ ଅଥବା ପାଟି ତଳକୁ ଖସାଇଦେଇ ବେକ ପାଖରେ ଝୁଲାଇ ରଖିଥାନ୍ତି। କୋଭିଡ-୧୯ ମହାମାରୀ ମୁକାବିଲା ନିମନ୍ତେ ତୁଣ୍ଡି ଠିକ୍‍ ଭାବରେ ପିନ୍ଧିବା ଜରୁରୀ ହୋଇଥିବାବେଳେ ଜନସାଧାରଣଙ୍କର ଏଭଳି ବେପରୁଆ ଭାବ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଯୁଗ୍ମ ସଚିବ କହିଛନ୍ତି, ଜଣେ ବ୍ୟକ୍ତି ଯଦି ଶାରୀରିକ ଦୂରତା ବଜାୟ ନରଖନ୍ତି, ତେବେ ସେ ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories