www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ନେଲା ସହକାରୀ ଶିକ୍ଷକଙ୍କ ଜୀବନ

ରେଙ୍ଗାଲିକ୍ୟାମ୍ପ: କରୋନାର ଭୟାବହତା ଆଜି  ମଣିଷର ମାନବିକତା ବି ନଷ୍ଟ କରିଦେଇଛି। କରୋନାରେ ମୃତ୍ୟୁବରଣ କରୁଥିବା ବାପର ଶବକୁ ଆଜି ପୁଅ  ଓ ପୁଅର ଶବକୁ ବାପା ଛୁଇଁବା ତ ଦୂର କଥା ଦେଖିବା ପାଇଁ ବି ଇଚ୍ଛା ପ୍ରକାଶ କରୁନାହାନ୍ତି। ଠିକ୍ ସେମିତି କରୋନା ସମକୟରେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଥିବା ଜଣେ ସହକାରୀ ଶିକ୍ଷକଙ୍କ ମୃତଦେହ ସତ୍କାର କରିବା  ପାଇଁ  ଲୋକେ ଅନିଚ୍ଛା ପ୍ରକାଶ କରିଛନ୍ତି। ଯାହା ଦେଖିବାକୁ ମିଳିଛି ଅତାବିରା ନିର୍ବାଚନ ମଣ୍ଡଳୀର  ଉଦେପୁର ଗ୍ରାମରେ। ଏହି ଗ୍ରାମର ସଚ୍ଚିଦାନନ୍ଦ ଝାଙ୍କର (୫୧) ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ଇ ଗତ କାଲି ସନ୍ଧ୍ୟାରେ କରୋନା ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ସେ କିଛି ଦିନ ହେଲା    କରୋନା ରେ ସଂକ୍ରମିତ ହୋଇ ଅସୁସ୍ଥ ରହି ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ।ଅବସ୍ଥାରେ କିଛି ତା ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା।ପୁଣି  ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଉଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ  ଦୁଃଖର ବିଷୟ ଯେ ମୃତଦେହ ସତ୍କାର ପାଇଁ କେହି ଆସିନଥିଲେ।

 

ପ୍ରକାଶ ଥାଉ କି ସେ କରୋନା ସମୟରେ ସରକାରଙ୍କ କରୋନା ଯୋଦ୍ଧା ସାଜି ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଥିଲେ। ଅନେକ ବାଦ ବିବାଦ ପରେ ଜଣେ ସାମ୍ବାଦିକ  କିଛି ସଚେତନ ଯୁବକଙ୍କୁ ଧରି ଅନେକ ପ୍ରକାର ବୁଝା ସୁଝା କରି ସଚେତନ କରିବା ପରେ ଲୋକେ ତାଙ୍କର ମୃତଦେହ ସତ୍କାର ପାଇଁ ରାଜି ହୋଇଥିଲେ। ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଥିବ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଗଲା। ତାଙ୍କର ପୁତ୍ର  ତପନ ଝଙ୍କାର ମୁଖାଗ୍ନୀ ଦେଇଥିଲେ। ମୃତଦେହ ସତ୍କାର ସମୟରେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ହୃଷୀକେଶ ଖମାରୀ,  ଅଙ୍ଗନୱାଡି କର୍ମୀ  ରୀନା ଦନ୍ତା , ଆଶା ମୁକ୍ତା ଦନ୍ତା ,ରୋହିତ ଝାଙ୍କର୍, ଚିନ୍ତାମଣି ଝାଂକର, ବେଦବ୍ୟାସ  ଝାଂକର୍ ପ୍ରମୁଖ  ସହକାରୀ ଶିକ୍ଷକଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories