ସନ୍ଧ୍ୟା ୭ଟାର ମୁଖ୍ୟ ଖବର
– ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ ହସ୍ପିଟାଲର ଲୋକାର୍ପଣ
– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରକମଳରେ ହସ୍ପିଟାଲ୍ର ଲୋକାର୍ପଣ
–ଦେଶର ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି
–ସମସ୍ତ ନଗର, ଉପନଗର, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କ୍ରମଶଃ ସଂକ୍ରମଣ ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି
– ଦେଶରେ କରେନା ଟିକାକରଣ : ଟିକା ନେଲେଣି ୧୮କୋଟି ୨୨ଲକ୍ଷ ୨୦ ହଜାର ୧୬୪
–କରେନା ଟିକାକରଣ ; ୬୦ ବର୍ଷରୁ ଅଧିକ: ୩୯.୮%, ୪୫-୬୦ ବର୍ଷ: ୪୫.୪%, ୩୦-୪୫ ବର୍ଷ: ୯.୫%, ୧୮-୩୦ ବର୍ଷ: ୫.୩% ଟିକା ନେଲେଣି
–ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍ ଟିକା ଦିଆଯାଇ ସାରିଲାଣି
– ଜୁଲାଇ ସୁଦ୍ଧା ଭାରତରେ ୫୧.୬ କୋଟି ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ
–ଭାରତରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ସ୍ପୁଟନିକ–ଭି ଟିକା, ଆସନ୍ତା ସପ୍ତାହରୁ ବଜାରରେ ହେବ ଉପଲବ୍ଧ
– ଗୋଆ ଚିକିତ୍ସା ମହାବିଦ୍ୟାଳୟରେ ଅମ୍ଳଜାନ ଅଭାବରୁ ଆଉ ୮ ରୋଗୀ ମୃତ, ୫ ଦିନରେ ଗଲାଣି ୮୩ ଜୀବନ
–ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଅବଧି ବଢ଼ିଲା
– ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୦୭୭ ମୃତ
– କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ଦେହାନ୍ତ
– ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ
– ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ, ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା
–୨ୟ ତରଙ୍ଗରେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି, ଚିକିତ୍ସା ପରିଚାଳନା ନିର୍ଦେଶାବଳୀରୁ ହଟାଯିବାକୁ ନିଷ୍ପତ୍ତି
Related Posts
Comments are closed.