www.samajalive.in
Sunday, December 7, 2025
14.1 C
Bhubaneswar

ବରୁଣ ନୋୖ ସମରାଭ୍ୟାସ ଏପ୍ରିଲ ୨୫ରୁ : ଭାରତ, ଫ୍ରାନ୍ସ, ୟୁଏଇ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ପାରସ୍ୟ ଉପସାଗରରେ ଆରମ୍ଭ ହେବାକୁ ଯାଉଛି ବରୁଣ ନୋୖ ସମରାଭ୍ୟାସ। ଏଥିରେ ଭାରତ ସମେତ ଫ୍ରାନ୍ସ ଓ ୟୁଏଇ ଅଂଶଗ୍ରହଣ କରିବେ। ୟୁଏଇ ପ୍ରଥମ ଥର ପାଇଁ ଭାରତ ଓ ଫ୍ରାନ୍ସର ନୋୖସେନା ସହିତ ମିଶି ତାହାର ନୈାସେନାର ସାମରିକ ପ୍ରସ୍ତୁତିକୁ ପରୀକ୍ଷା କରିବାକୁ ଯାଉଛି। ଫ୍ରାନ୍ସର ବିମାନବାହୀ ଯୁଦ୍ଧଜାହାଜ ଚାର୍ଲସ ଡି ଗାଉଲେ ସହିତ ଭାରତୀୟ ଯୁଦ୍ଧଜାହାଜ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଯୁଦ୍ଧଜାହାଜଗୁଡିକ ଏହି ତିନିଦିନିଆ ସମରାଭ୍ୟାସରେ ସାମିଲ ହେବେ। ଭାରତ ଓ ଫ୍ରାନ୍ସ ୧୯୯୩ରୁ ବରୁଣ ନୋୖସମରାଭ୍ୟାସ କରିଆସୁଥିବାବେଳେ ଚଳିତ ବର୍ଷ ପ୍ରଥମକରି ୟୁଏଇ ଏଥିରେ ସାମିଲ ହେଉଛି।
ଭାରତୀୟ ନୋୖସେନାର ଜଣେ ଅଧିକାରୀ କହିଛନ୍ତି, ଭାରତର ଏକମାତ୍ର ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରମାଦିତ୍ୟ ଏହି ସମରାଭ୍ୟାସରେ ସାମିଲ ହେବନାହିଁ। କାରଣ ସଂପ୍ରତି ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଛି। ତେବେ ଭାରତ ଦୁଇରୁ ତିନିଟି ବିଧ୍ୱଂସୀକାରୀ ଯୁଦ୍ଧଜାହାଜକୁ ଏଥିପାଇଁ ପଠାଇବ ବୋଲି ଜଣାଯାଇଛି। ସେଥିମଧ୍ୟରେ ଆଇଏନଏସ କୋଲକାତା, ଏକ ଆକ୍ରମଣକାରୀ ବୁଡାଜାହାଜ ଏବଂ ଏକ ପି-୮୧ ତଟ ନିରୀକ୍ଷଣକାରୀ ବୁଡାଜାହାଜ ବିଧ୍ୱଂସୀ ଲଢୁଆ ଜାହାଜ ସାମିଲ ହେବା ସମ୍ଭାବନା ରହିଛି। ଫ୍ରାନ୍ସର ବିମାନବାହୀ ଯୁଦ୍ଧଜାହାଜ ଏବଂ ତାହାର ନୋୖସୈନିକମାନେ ଗତ କିଛି ସପ୍ତାହ ହେଲା ପାରସ୍ୟ ଉପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଅଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories