www.samajalive.in
Friday, December 5, 2025
23.1 C
Bhubaneswar

ନିର୍ବାଚନୀ ବଣ୍ଡ ଯୋଜନା – ଦାତା ଓ ଗ୍ରହୀତାଙ୍କ ତଥ୍ୟ ଦେବ ଷ୍ଟେଟ ବ୍ୟାଙ୍କ

ଡେସ୍କ: ରାଜନୈତିକ ପାଣ୍ଠି ପାଇଁ ଦେଶରେ ଚାଲିଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ଆଜି ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରର ଉଲ୍ଲଂଘନ କରୁଛି। କୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ତୁରନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଦାନ ବନ୍ଦ କରିବା ସହ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କଳାଧନକୁ ରୋକିବା ଏବଂ ଦାତାଙ୍କ ତଥ୍ୟକୁ ଗୋପନୀୟ ରଖିବା ନାଁରେ ଏହି ଯୋଜନାକୁ ଚଳାଇବାକୁ ଦିଆଯିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କଳାଧନକୁ ରୋକିବା ପାଇଁ ଇଲେକ୍ଟୋରାଲ ବଣ୍ଡ ଏକମାତ୍ର ଉପାୟ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ୩ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗକୁ ଦେବ ଓ ଆୟୋଗ ଏହାକୁ ନିଜ ୱେବସାଇଟରେ ପ୍ରଦର୍ଶନ କରିବେ।

ଖଣ୍ଡଗିରି ମେଳା ; ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି

- Advertisement -

୨୦୧୮ ଜାନୁଆରି ୨ ତାରିଖରେ କେନ୍ଦ୍ର ସରକାର ଏହି ଯୋଜନା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ରାଜନୈତିକ ଦଳଗୁଡ଼ିକର ପାଣ୍ଠି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ଯୋଜନା ଅଧୀନରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଦଳ ଏବଂ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ମିଳିଥିବା ମୋଟ ଭୋଟର ଏକ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଥିବା ରାଜନୈତିକ ଦଳମାନେ ହିଁ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ଆସିଫ୍ ଅଲ୍ଲୀ ଜର୍ଦାରୀ ଦ୍ୱିତୀୟ ଥର ପାଇଁ ହୋଇପାରନ୍ତି ପାକିସ୍ତାନର ରାଷ୍ଟ୍ରପତି

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories