www.samajalive.in
Friday, December 5, 2025
27.1 C
Bhubaneswar

ହରଭଙ୍ଗା ବସଷ୍ଟାଣ୍ଡ ଲୋକାର୍ପିତ 

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ହରଭଙ୍ଗା ବସଷ୍ଟାଣ୍ଡକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଂଚାୟତିରାଜ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ତଥା ସୂଚନା ଲୋକ ସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ।
ଅନ୍ୟତମ ଅତିଥିଭାବେ କଟାଂମାଳ ବିଧାୟକ ମହିଧର ରଣା, ବୌଦ୍ଧ ଜିଲ୍ଲାପାଳ ଜେ.ସୋନାଲ , ପର୍ଯ୍ୟବେକ୍ଷକ ଚିତ କର୍ଣ୍ଣ ପ୍ରମୁଖ ଯୋଗଦାନ କରିଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଂଚାୟତର ଜନପ୍ରତିନିଧି ସାଙ୍ଗକୁ ଶତାଧିକ ସଂଖ୍ୟାରେ ମିଶନଶକ୍ତି ଏବଂ ସ୍ୱୟଂ ସହାୟକ ମହିଳାମାନେ ଯୋଗଦାନ କରିଥିଲେ।
ସୂଚନା ଥାଉ କି ରାଜ୍ୟ ପୁଲିସ ହାଉସିଂ ଓ ନିରାପତା କର୍ପୋରେସନ ଭୁବନେଶ୍ୱର ଦ୍ୱାରା ୬କୋଟି ୮୯ଲକ୍ଷ ୧୭ହଜାର ଟଙ୍କା ବ୍ୟୟବରାଦରେ ହରଭଙ୍ଗା ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ୯ ହଜାର ୬ଶହ ବର୍ଗଫୁଟର ମୁଖ୍ୟ କୋଠା , ୩ ହଜାର ୪୨୨ ବର୍ଗଫୁଟର ମାର୍କେଟ କମ୍ପେଲକ୍ସ,୧୮୬ବର୍ଗଫୁଟର ସିକ୍ୟୁରିଟି ସେଡ, ୫୦୮ବର୍ଗଫୁଟର ଡ୍ରାଇଭର ସେଡ, ୮୯୩.୫୦ବର୍ଗଫୁଟର କ୍ୟାଟିଂନ ନିର୍ମାଣ ହୋଇଥିବା ସୂଚନା ମିଳିଛି।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories