www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ବକୁ ଗରିବ କରିବ ଚୀନ୍‌, କାହିଁକି ଏପରି ଚେତାବନୀ ଦେଉଛନ୍ତି ବିଶେଷଜ୍ଞ ?

ଡେସ୍କ: ଚୀନ୍ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ବର୍ତ୍ତମାନ ଏହାର ଜନସଂଖ୍ୟାକୁ ନେଇ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି। ଚୀନ୍‌ ଘୋଷଣା କରିଛି ଯେ ତା’ର ଜନସଂଖ୍ୟା ହ୍ରାସ ପାଇଛି। ୨୦୫୦ ସୁଦ୍ଧା ଚୀନ୍‌ର ଜନସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ମିଳିତ ଜାତିସଂଘ ଚେତାବନୀ ଦେଇଛି।

ଚୀନ୍‌ ଘୋଷଣା କରିଛି ଯେ, ୨୦୨୩ରେ ତା’ର ଜନସଂଖ୍ୟା ହ୍ରାସ ପାଇଛି।  ଏହା ୧୪୧.୧୮ କୋଟିରୁ ୧୪୦.୯୭ କୋଟିକୁ ହ୍ରାସ ପାଇଛି। ମିଳିତ ଜାତିସଂଘର ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ଚୀନ୍‌ର ଜନସଂଖ୍ୟା ୧୩୧.୨୯ ଏବଂ ୨୧୦୦ ସୁଦ୍ଧା ପ୍ରାୟ ୮୦ କୋଟିକୁ ହ୍ରାସ ପାଇବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ଦେଶର ସୀମା ବାହାରେ ମଧ୍ୟ ପଡ଼ିବ।

- Advertisement -

ଦୁଇଟି ଭାଗରେ ଏହି ଜନସଂଖ୍ୟା ପରିବର୍ତ୍ତନକୁ ଚିହ୍ନଟ କରାଯାଉଛି। ପ୍ରଥମଟି ହେଉଛି ବୃଦ୍ଧବୃଦ୍ଧା ଜନସଂଖ୍ୟା, ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବର୍ତ୍ତମାନ ସମୁଦାୟ ଜନସଂଖ୍ୟାର ୨୦% ରୁ ଅଧିକ। ଦ୍ୱିତୀୟରେ, ଜନ୍ମହାର ଯଥେଷ୍ଟ ହ୍ରାସ ପାଇଛି। ୨୦୧୬ରେ ୧କୋଟି ୭୮ଲକ୍ଷ ଶିଶୁ ଜନ୍ମ ହୋଇଥିବାବେଳେ ୨୦୨୩ରେ ଏହା ୯୦ ଲକ୍ଷକୁ ଖସି ଆସିଛି।

ଏଭଳି ପରିବର୍ତ୍ତନ ଦ୍ବାରା ଅନେକ ଅର୍ଥନୈତିକ କୁପରିଣାମ ସାମ୍ନାକୁ ଆସିପାରେ, ଯାହା ଚୀନ୍‌ର ସୁବ୍ୟବସ୍ଥିତ ଅର୍ଥନୀତିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରିପାରେ ଏବଂ ବିଶ୍ବ ସ୍ତରରେ ଏହା ପ୍ରତିଫଳିତ ହୋଇପାରେ। ଜନସଂଖ୍ୟା ପରିବର୍ତ୍ତନ ଏକ ‘ବିନାଶର ଚକ୍ର’ ସୃଷ୍ଟି କରିପାରେ, ଯେଉଁଠାରେ ଏକ ଆର୍ଥିକ ସ୍ଥିତି ନକରାତ୍ମକ ପ୍ରଭାବ ପକାଇଥାଏ।

୨୦୪୦ ସୁଦ୍ଧା ଚୀନ୍ ଜନସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ୬୦ରୁ ବର୍ଷରୁ ଊର୍ଦ୍ଧ୍ବ ହୋଇଯିବେ ଏବଂ ଆର୍ଥିକ ରୂପେ କମ୍ ସକ୍ରିୟ ହେବେ(ପୁରୁଷଙ୍କ ଅବସର ବୟସ ୬୦ ଏବଂ ମହିଳାମାନଙ୍କ ପାଇଁ ୫୦- ୫୫ ବର୍ଷ)। ଏହା ଚୀନ୍‌ର ପେନ୍‌ସନ୍‌ ଏବଂ ବୃଦ୍ଧ ଯତ୍ନ ବ୍ୟବସ୍ଥା ଉପରେ ଚାପ ପକାଇବ ଏବଂ କିଛି ପୂର୍ବାନୁମାନରୁ ସଙ୍କେତ ମିଳୁଛି ଯେ, ୨୦୩୫ ସୁଦ୍ଧା ପେନ୍‌ସନ୍ ବ୍ୟବସ୍ଥା ଦେବାଳିଆ ହୋଇପାରେ।

ଜନସଂଖ୍ୟା ପରିବର୍ତ୍ତନ ସହ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦ୍ବାରା ଅନେକ ଲୋକ ଖରାପ ସେବା ଯୋଗୁ ଅସନ୍ତୁଷ୍ଟ ହୋଇପାରନ୍ତି। ଏହାର ପରିଣାମସ୍ବରୂପ କିଛି ମାତ୍ରାରେ ରାଜନୈତିକ ଅସ୍ଥିରତା ଦେଖା ଦେଇପାରେ।

ବହୁରାଷ୍ଟ୍ରୀୟ ନିଗମଗୁଡ଼ିକ ମଧ୍ୟ ଚାହିଦା ହ୍ରାସ ଅନୁଭବ କରିବେ, କାରଣ ଚୀନର ଉପଭୋକ୍ତା ବଜାର ସେମାନଙ୍କ ରାଜସ୍ୱର ଏକ ବଡ଼ ଉତ୍ସ। ବିଶ୍ୱବ୍ୟାପୀ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି, କାରଣ ସମଗ୍ର ବିଶ୍ୱରେ ଯୋଗାଣକାରୀ ଏବଂ ଶ୍ରମିକମାନଙ୍କ ଚାକିରି ଲୋପ ପାଉଥିବା ଦେଖାଯାଉଛି।

ସୂଚନାଯୋଗ୍ୟ, ନିକଟରେ ଓଇସିଡି ରିପୋର୍ଟରେ କୁହାଯାଇଛି, ଚୀନର ତୀବ୍ର ଅର୍ଥନୈତିକ ମନ୍ଥରତା ବୈଶ୍ବିକ ଅଭିବୃଦ୍ଧିକୁ ହ୍ରାସ କରିବ, ଯାହାର ପ୍ରଭାବ ଭୟଙ୍କର ହୋଇପାରେ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories