www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟିକରିବ: ନୀତି ଆୟୋଗ

ନୂଆଦିଲ୍ଲୀ: ଗତବର୍ଷ ଅପେକ୍ଷା ଚଳିତ ଥର କୋଭିଡର ଦ୍ରୁତ ସଂକ୍ରମଣ ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଛି। ଏହା ଦେଶରେ ସବୁକ୍ଷେତ୍ରରେ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ତେବେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୧୧ ପ୍ରତିଶତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ରାଜୀବ କହିଛନ୍ତି, ସାଂପ୍ରତିକ ପରିସ୍ଥିତିରେ ଉପଭୋକ୍ତା ଏବଂ ପୁଞ୍ଜନିବେଶ ଭଳି ପ୍ରସଙ୍ଗକୁ ନେଇ ଯେଉଁଭଳି ବୃହତ୍ତର ଅନିଶ୍ଚିତ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେଥିପାଇଁ ରାଷ୍ଟ୍ର ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଆବଶ୍ୟକ ସ୍ଥଳେ ସରକାର ବିତ୍ତୀୟ ପଦକ୍ଷେପ ଜରିଆରେ ଏହାକୁ ନିୟନ୍ତଣ କରିବାକୁ ପଦକ୍ଷେପ ନେବେ। ତାଙ୍କ କହିବା ଅନୁଯାୟୀ ଗତବର୍ଷର ସଂକ୍ରମଣ ପରେ ଭାରତ ବସ୍ତୁ୍‍ତଃ କୋଭିଡ-୧୯କୁ ପରାଜିତ କରିବା ସ୍ଥିତିରେ ପହଞ୍ଚିଲା। କିନ୍ତୁ ବ୍ରିଟେନ ଏବଂ ଅନ୍ୟ କେତେକ ରାଷ୍ଟ୍ରରୁ ନୂଆ ଷ୍ଟ୍ରେନ ସଂକ୍ରମଣ ସମୁଦାୟ ପରିସ୍ଥିତିକୁ ବଦଳାଇ ଦେଇଛି। ଏବେ ସ୍ଥିତି ଅଧିକ ଜଟିଳ ହୋଇପଡିଛି। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ସିଧାସଳଖ ପ୍ରଭାବ ସେବାକ୍ଷେତ୍ର ଭଳି କେତେକ କ୍ଷେତ୍ର ଉପରେ ପଡିବାବେଳେ ଅର୍ଥନୈତିକ ପରିବେଶରେ ମଧ୍ୟ ବ୍ୟାପକ ଅନିଶ୍ଚିତତା ପରିଲକ୍ଷିତ ହେବାକୁ ଯାଉଛି। ଏହାର ପ୍ରଭାବ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡିବ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories