www.samajalive.in
Tuesday, December 9, 2025
17.1 C
Bhubaneswar

ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ

ଫୁଲବାଣୀ : କନ୍ଧମାଳ ପଲିଟେକନିକ୍‍ କଲେଜ ଫୁଲବାଣୀରେ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଛି। ଫୁଲବାଣୀ ଅଗ୍ନିଶମ ବିଭାଗ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ମାନଙ୍କ ସମେତ କର୍ମଚାରୀ ମାନଙ୍କୁ ବିଭିନ୍ନ ବିପଦ ଆପଦ ବେଳେ ଜୀବନ ରକ୍ଷା ପାଇଁ ବିଭିନ୍ନ କୌଶଳ ସମେତ ଅଗ୍ନି ନିର୍ବାପନ ପାଇଁ ନାନା ପ୍ରକାରର କୌଶଳ ବାବଦରେ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାହୁଙ୍କ ସମେତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ମକଡ୍ରିଲ ମାଧ୍ୟମରେ ବିଭିନ୍ନ କୌଶଳର ପ୍ରଦର୍ଶନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଅଗ୍ନିନିର୍ବାପନ କୌଶଳ ସବୁକୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ମନୋଜ କୁମାର ସାହୁ ଏବଂ ସହକାରୀ ଅଗ୍ନିଶାମ ଅଧିକାରୀ ଦିଲ୍ଲିପ କୁମାର ରାଉତ ଏବଂ ତାଙ୍କ ସହକର୍ମୀମାନେ ମିଳିତ ଭାବରେ ଏହି ପ୍ରଦର୍ଶନ କରିଥିଲେ। ଏହି କୌଶଳ ସବୁ ଯେ କୌଣସି ବିପଦ ବେଳେ ପିଲାଙ୍କ କାର୍ଯ୍ୟକ୍ଷେତ୍ରରେ କାମରେ ଅସିବ ବୋଲି ପଲିଟେକନିକ କଲେଜର ଅଧ୍ୟକ୍ଷ କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories