www.samajalive.in
Tuesday, December 9, 2025
15.1 C
Bhubaneswar

୮୬୩୪ ବ୍ୟକ୍ତିଙ୍କଠାରୁ ୨୭ଲକ୍ଷ୧୭ ହଜାର ୦୫୦ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ବର: ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ନବମଦିନରେ ସମୁଦାୟ ୮୬୩୪ ବ୍ୟକ୍ତିଙ୍କଠାରୁ ୨୭ ଲକ୍ଷ୧୭ ହଜାର ୦୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି୯ ଦିନ ମଧ୍ୟରେ ମୋଟ ୯୨,୦୨୫ ବ୍ୟକ୍ତିଙ୍କଠାରୁ ୨ କୋଟି ୭୦ଲକ୍ଷ ୮୧ହଜାର ୯୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

 

- Advertisement -

ନବମ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୭୭୩ଜଣ ବ୍ୟକ୍ତିଙ୍କଠାରୁ ୧,୫୨,୦୦୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୭,୮୬୧ ବ୍ୟକ୍ତିଙ୍କଠାରୁ ୨୫,୬୫,୦୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories