BJD Bijuli 480×75 Mob

ସ୍ୱେରେଜ କାମ ବେଳେ ଅଘଟଣ: ଚାମ୍ବରରେ ଫସି ୨ ମୃତ, ଜଣେ ଗୁରୁତର

BJD Bijuli 480×75 Mob

କଟକ: କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ସ୍ୱେରେଜ ଚାମ୍ବରରେ ଫସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅଛନ୍ତି।

ସିଡିଏ ସେକ୍ଟର ୧୦ରେ ଆଜି ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଏହି ଅଘଟଣ ଘଟିଥିଲା। ପ୍ରଥମେ ଜଣେ ଶ୍ରମିକ ପ୍ରାୟ ୧୦ରୁ ୧୫ ଫୁଟ ଭିତରକୁ ପଶିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଯାଇଥିଲେ। ଏହାପରେ ୨ ଜଣ ଫସିଯିବାରୁ ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନ ଫେରିବାରୁ ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସମସ୍ତଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିଲେ ହେଁ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟଜଣକ ଅବସ୍ଥା ଗୁରୁତର ରହିଛି।

 

Comments are closed.