www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ବ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା ସଭା

ତୁରେକେଲା: ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରଠାରେ ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାକ୍ତର ଜଗନ୍ନାଥ ଦାସ ଠାକୁର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଶିକ୍ଷକ କିଶୋର ବରିହା, ଦେବକୀ ତାଣ୍ଡି ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ସର୍ବ ପ୍ରଥମେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ଉପରେ ଆଲୋକପାତ କରିଥିଲେ ଏବଂ କରୋନା ଉପରେ ସତର୍କତା ଅବଲମ୍ବନ କରିବା ସହିତ ୪୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନେ ନିର୍ଭୟରେ ଯଥାଶୀଘ୍ର କରୋନା ଟୀକା ନେବାକୁ ଅନୁରୋଧ କରିଥିଲେ ଏବଂ ଆଗାମୀ ଦିନରେ କରୋନା ନହେବାକୁ ପ୍ରତିକାରମୂଳକ ହୋମିଓପ୍ୟାଥିକ ଔଷଧ ବଣ୍ଟନ ଶିବିର ଆୟୋଜନ କରି ଔଷଧ ବିତରଣ କରିବାକୁ ଘୋଷଣା କରିଥିଲେ। ଉପସ୍ଥିତ ଅତିଥିମାନେ ପୁନର୍ବାର କରୋନା ଫେରୁଥିବାରୁ ମାସ୍କ ପରିଧାନ, ସାମାଜିକ ଦୂରତା ଓ ସାବୁନରେ ହାତ ଧୋଇଵା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ପରିଶେଷରେ ଉପସ୍ଥିତ ଗ୍ରାମବାସୀ ନିଜ ନିଜର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories