www.samajalive.in
Sunday, December 14, 2025
19.1 C
Bhubaneswar

ପୁଲିସ ବାହିନୀ ଉପଯୁକ୍ତ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଦରକାର

ଭବାନୀପାଟଣା: ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଏପ୍ରିଲ ୧ ତାରିଖ ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। କଳାହାଣ୍ଡି ଜିଲା  ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପୁଲିସ ବାହିନୀର ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଏସ୍‌ପି  ଶ୍ରବଣ ବିବେକ ଏମ୍. ୮୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଉପସ୍ଥିତ ପୁଲିସମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କଳାହାଣ୍ଡି ଏସ୍‌ପି  ଶ୍ରବଣ ବିବେକ ଏମ୍. କହିଥିଲେ ଯେ ପୁଲିସ ବାହିନୀ ଉପଯୁକ୍ତ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଦରକାର। ଫଳରେ ଏହା ଦେଶର ଆଦର୍ଶ ପୁଲିସ ବାହିନୀରେ ପରିଣତ ହେବାରେ ସହାୟକ ହୋଇପାରିବ। ହୋଇ ପାରିବା ଦେଶରେ ଘଟୁଥିବା କରୋନାର କଳାମେଘ ସମୟରେ ପୋଲିସ ବାହିନୀର ଉଲ୍ଲେଖନୀୟ ସେବାକୁ ମନେ ପକାଇ ଏସ୍.ପି ସେମାନଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କ ଶୁଭେଚ୍ଛା ଜଣାଇବାକୁ ଭୁଲିନଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ କନେଷ୍ଟବଳଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ବିଜୟ କୁମାର ନନ୍ଦ, କେସିଙ୍ଗା ଏସ୍‌ଡିପିଓ ଏସ୍. ସୁଶ୍ରୀ ଉପସ୍ଥିତ ଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଜିଲା ପୋଲିସ କାର୍ଯ୍ୟାଳୟର ଡିଏସ୍‌ପି ଭିଏସ୍ଏସ୍ ରାଓ, ଭବାନୀପାଟଣା ସଦର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଭବାନୀପାଟଣା ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଭବାନୀପାଟଣା ସଦର ଆଇଆଇସି ପ୍ରଦୀପ କୁମାର ଧରୁଆ ସମେତ ବହୁ ପୁଲିସ ଅଧିକାରୀ ଓ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଭୟଙ୍କର କରୋନା ସମୟରେ କାମକରି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ଲାଭ କରିବା ପରେ ଅନ୍ୟ କରୋନା ସଂକ୍ରମିତ ମାନଙ୍କୁ ନିଜ ରକ୍ତର ପ୍ଲାଜମା ପ୍ରଦାନ କରିଥିବା ସାହସୀ ପୋଲିସ କର୍ମଚାରୀ ମାନଙ୍କୁ କଳାହାଣ୍ଡି ଏସ୍‌ପି ଡ. ଶ୍ରବଣ ବିବେକ ଏମ୍. ସମ୍ବର୍ଦ୍ଧିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରିର୍ଜଭ ପୋଲିସ ଇନ୍ସିପେକ୍ଟର ଏ. ବିଘ୍ନେଶ୍ୱର ରାଓ ପରିଚାଳନା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories