www.samajalive.in
Monday, December 8, 2025
14.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ା

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକର ଘୋଡ଼ା ହେଉଛି ଓଡ଼ିଶାର ପରିଚୟ। ତିନି ଦଶନ୍ଧି ଧରି ରାଜଧାନୀର ଆକର୍ଷଣ ଏହି ଘୋଡ଼ା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ପରିଚୟ ହଜିଯିବାକୁ ବସିଛି। ଇଟା, ଟାଇଲ ସବୁ ଖସି ମୂଳ ଦୋହଲିଲାଣି। କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହିେହବନି। ସ୍ମାର୍ଟସିଟିର ସ୍ମାର୍ଟ ପ୍ରକଳ୍ପ ଭିତରେ ପରିତ୍ୟକ୍ତ ହୋଇ ପଡ଼ିରହିଛି ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ା। ହେଲେ ଏହା ଉପରେ କାହାର ନଜର ନାହିଁ। ୪୧ ବର୍ଷ ପୂର୍ବେ ୧୯୮୦ରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ସ୍ଥାପିତ ହୋଇଥିଲା ଏହି ଘୋଡ଼ା। ରାଜଧାନୀକୁ ନୂଆ କରି ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରିଥିଲେ।

 

- Advertisement -

ଭାରତର ପରିଚୟ ଅଶୋକ ସ୍ତମ୍ଭ ଭଳି ଓଡ଼ିଶାର ପ୍ରତୀକ ମାଷ୍ଟରକ୍ୟାଣ୍ଟିନର ଏହି ଘୋଡ଼ା ବିଧାନସଭାକୁ ମୁହଁ କରି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ରାଜ୍ୟ ସରକାର ପ୍ରସିଦ୍ଧ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ୧୯୭୯ରେ ଏହାର ନିର୍ମାଣ ଦାୟିତ୍ୱ ଦେଇଥିଲେ। କୋଣାର୍କ ମନ୍ଦିରର ଅଶ୍ୱ ଦ୍ୱାରରେ ଥିବା ଏକ ଅଶ୍ୱ ଭଳି ଅବିକଳ ପ୍ରତିମୂର୍ତ୍ତି ସେ ତିଆରି କରିଥିଲେ। ୨୪ ଫୁଟ ଲମ୍ବା ଓ ୨୦ ଫୁଟ ଉଚ୍ଚ ଏହି ଘୋଡ଼ା ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକରେ ଠିଆ ହେଲା। ଖୁବ୍ କମ୍ ଦିନ ମଧ୍ୟରେ ଏହା ରାଜଧାନୀର ପରିଚୟ ପାଲଟିଗଲା। ମାଷ୍ଟରକ୍ୟାଣ୍ଟିନ୍ କହିଲେ, ପଥର ଉପରେ ଛିଡ଼ା ହୋଇଥିବା ଘୋଡ଼ା ଆଖି ସାମ୍ନାକୁ ଚାଲି ଆସେ। ଏ ଘୋଡ଼ା କେତେ ଶୋଭାଯାତ୍ରା କେତେ ଧାରଣା ଦେଖିଛି। ଫଣି, ଫାଇଲିନ, ହୁଡ଼ହୁଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା ବି କରିଛି। ଘୋଡ଼ା ପ୍ରତିମୂର୍ତ୍ତି ଥିବା ମଞ୍ଚରୁ ଟାଇଲ ଛାଡ଼ି ଯିବା ସହ ଅନାବନା ଗଛ ମାଡ଼ି ଯାଇଛି। ମଞ୍ଚର ଇଟା ଫାଟି ଆଁ କରିଥିଲାବେଳେ ଘୋଡ଼ା ମୂର୍ତ୍ତି ଉପରେ ଶିଉଳି ଲାଗିଗଲାଣି। ଏ ପରିଚୟକୁ ବଞ୍ଚାଇବା ଲାଗି ବିଡିଏ ଓ ବିଏମ୍‌ସିର କୌଣସି ଆନ୍ତରିକତା ଥିଲା ଭଳି ମନେ ହେଉନାହିଁ। ଏମିତି ଆଉ କିଛି ଦିନ ରହିଲେ ପ୍ରତିମୂର୍ତ୍ତି କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହିେହବ ନାହିଁ। ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପାଇଁ କାହିଁ କେତେ କ’ଣ ଯୋଜନା ହେଉଛି। ରାଜଧାନୀର ସବୁ କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କାଯାଇଛି। ହେଲେ କୋଣାର୍କ ଭଳି ଓଡ଼ିଶାର ଗୌରବକୁ ସାଇତି ରଖିଥିବା ଏହି ଘୋଡ଼ାକୁ କ’ଣ ପାଇଁ ଉପେକ୍ଷା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories