ସ୍ୱାସ୍ଥ୍ୟକର୍ମୀ ଓ ସ୍ବେଛାସେବୀମାନଙ୍କ ଟିକାକରଣ ନିଶ୍ଚିତ କରିବେ ରାଜ୍ୟ ସରକାର
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କୋଭିଡ ପ୍ରତିଷେଧକ ଟିକାକରଣ ଓ ଏଥିପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ପ୍ରତିଷେଧକ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଅନୁଷ୍ଠିତ ଏହି ବୈଠକରେ ଯେଉଁ ସ୍ଥାନ ଗୁଡ଼ିକରେ ଅଧିକ ଟିକାକରଣ ହୋଇନାହିଁ, ସେଗୁଡ଼ିକର ଚିହ୍ନଟ ଓ ଯେଉଁ ସ୍ଥାନ ଗୁଡ଼ିକରେ ପୁନଃ ସଂକ୍ରମଣ ଅଧିକ ରହିଛି ସେଗୁଡ଼ିକରେ ବିହିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଛି।
ସ୍ୱାସ୍ଥ୍ୟ କର୍ମୀ ଓ କରୋନା ମୁକାବିଲା କରୁଥିବା ସ୍ବେଛାସେବୀମାନଙ୍କ ଟିକାକରଣ କ୍ଷେତ୍ରରେ ଯେପରି ଉପଯୁକ୍ତ ବ୍ୟକ୍ତି ପ୍ରତିଷେଧକ ନେଇପାରିବେ ରାଜ୍ୟ ସରକାରମାନେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ବେସରକାରୀ କୋଭିଡ ପ୍ରତିଷେଧକ ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକାକରଣ ପ୍ରକ୍ରିୟାର ନିୟମିତ ସମୀକ୍ଷା କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏହି ସମୀକ୍ଷା ବୈଠକ ସମୟରେ ପ୍ରତିଷେଧକ ଯେପରି ନଷ୍ଟ ନ ହେବ ସେଥିପ୍ରତି ଯତ୍ନଶୀଳ ରହିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ପ୍ରତିଷେଧକଗୁଡ଼ିକୁ ଠିକ୍ ସମୟରେ ଲୋକମାନଙ୍କୁ ଦିଆଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
We have sufficient capacity in our hospitals. Our ambulance system and ICUs are functional. Dedicated hospital setup must be re-energised, re-tested, rehearsed: Dr V.K. Paul, Member (Health) @NITIAayog @PMOIndia @drharshvardhan @AshwiniKChoubey @PIB_India pic.twitter.com/bTO72q2jHV
— Ministry of Health (@MoHFW_INDIA) March 31, 2021
Comments are closed.