www.samajalive.in
Monday, December 15, 2025
24.1 C
Bhubaneswar

ନବୀନଙ୍କଠାରୁ ଟିକେଟ୍ ଆଣିଲେ ରୁଦ୍ର ପତାପ : ବାପାଙ୍କ ଅଧୁରା ସ୍ବପ୍ନ ସାକାର କରିବି

ଭୁବନେଶ୍ବର : ପିପିଲି ଉପ ନିର୍ବାଚନ ପାଇଁ ରୁଦ୍ର ପତାପ ମହାରଥୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଟିକେଟ୍ ଆଣିଛନ୍ତି । ସେ ଆଜି ନିଜ ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଯାଇଥିଲେ।ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ବିଜୟ ପାଇଁ  ଆଶୀର୍ବାଦ ନେଇଛନ୍ତି। ଆସନ୍ତା ମଙ୍ଗଳବାର ୩୦ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ନବୀନ ନିବାସରେ ବରିଷ୍ଠ ନେତା ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି। ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ।

- Advertisement -

ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି ବୋଲି କହିଛନ୍ତି ରୁଦ୍ର ପ୍ରତାପ। ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି।

ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି ରୁଦ୍ର କହିଛନ୍ତି। ସେହିଭଳି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ପୁଅ ରୁଦ୍ରକୁୁ ଟିକେଟ ମିଳିବା ପରେ ପ୍ରତିକ୍ରିୟା ଦେଇ ପ୍ରତିଭା ମହାରଥୀ କହିଛନ୍ତି, ‘ବାପା ଥିଲେ ପୁଅ ସଭାରେ ହାରେନି, ମା’ ଥିଲେ ପୁଅ ଦୁନିଆ ଡରେନି’ ରୁଦ୍ର ସହ ସହାନୁଭୂତି ଓ ଆଶୀର୍ବାଦ ରହିଛି; ସେ ନିଶ୍ଚୟ ଜିତିବ ; ମୋ ପରିବାର ଭିତରେ ପୂରା ଏକତା ରହିଛି ବୋଲି ସେ କହିଛନ୍ତି।

 

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories