www.samajalive.in
Tuesday, December 9, 2025
26.1 C
Bhubaneswar

ଆଇସିସି ଟି୨୦ ମାନ୍ୟତା – ଉପରକୁ ଉଠିଲେ କୋହଲି, ରୋହିତ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟ୍ବେଣ୍ଟି୨୦ ବ୍ୟାଟ୍ସମ୍ୟାନ ଓ ବୋଲର ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଉପରକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ୫୨ଟି ବଲରୁ ଅପରାଜିତ ୮୦ ରନ କରିଥିବା କୋହଲି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ କୋହଲି ୫ମ ସ୍ଥାନରେ ଥିବା ବେଳେ ଏବେ ୭୬୨ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ଓପନର ରୋହିତ ଶର୍ମା ୧୪ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡର ଡାୱିଡ୍ ମାଲାନ ୮୯୨ ପଏଣ୍ଟ ସହ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ୮୩୦ ପଏଣ୍ଟ ସହ ୨ୟ, ପାକିସ୍ତାନ ଅଧିନାୟକ ବାବର ଆଜମ୍ ୮୦୧ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ କେ.ଏଲ୍. ରାହୁଲ ୭୪୩ ପଏଣ୍ଟ ସହ ୫ମ, ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡର୍ ଡ୍ୟୁସେନ ୬ଷ୍ଠ, ଅେଷ୍ଟ୍ରଲିଆର ଗ୍ଲେନ ମ୍ୟାକ୍ସୱେଲ ୭ମ, ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ୮ମ ଓ ଡେଭନ କନୱେ ୯ମ ଓ ଆଫ୍ଗାନିସ୍ତାନର ହଜ୍ରତୁଲ୍ଲା ଜାଜାଇ ୧୦ମ ସ୍ଥାନରେ ରହିଛନ୍ତି। ଟି୨୦ ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକାର ତାବ୍ରେଜ୍ ସାମ୍ସି ୧ନଂ ନମ୍ବର ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନର ରସିଦ୍ ଖାଁ ୨ୟ, ଅଷ୍ଟ୍ରେଲିଆର ଅଷ୍ଟିନ ଏଗାର୍ ୩ୟ, ଇଂଲଣ୍ଡର ଆଦିଲ ରସିଦ୍ ୪ର୍ଥ, ଆଫଗାନିସ୍ତାନର ମୁଜିବୁର ଉର୍ ରହମାନ ୫ମ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା ୬ଷ୍ଠ, ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ୭ମ, ଇସ୍ ସୋଢ଼ି ୮ମ, ଟିମ୍ ସାଉଥି ୯ମ ଓ ଶ୍ରୀଲଙ୍କାର ଲକ୍ଷଣ ସାନ୍ଦକନ୍ ୧୦ମ ସ୍ଥାନରେ ରହିଛନ୍ତି।

- Advertisement -

ଦିନିକିଆରେ ବିରାଟ କୋହଲି ୮୬୮ ପଏଣ୍ଟ ସହ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ବାବର ଆଜାମ ୨ୟ, ରୋହିତ ଶର୍ମା ୩ୟ, ରସ୍ ଟେଲର ୪ର୍ଥ ଓ ଆରୋନ ଫିଞ୍ଚ୍ ୫ମ ସ୍ଥାନରେ ରହିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୧ମ, ଆଫଗାନିସ୍ତାନର ମୁଜିବୁର ରହମାନ୍ ୨ୟ, ଯଶପ୍ରୀତ୍ ବୁମ୍ରା ୩ୟ, ବାଂଲାଦେଶର ମେହ୍ଦି ହାସନ ମିରାଜ୍ ୪ର୍ଥ ଓ ଇଂଲଣ୍ଡର କ୍ରିସ୍ ୱକସ୍ ୫ମ ସ୍ଥାନରେ ରହିଛନ୍ତି।

Hot this week

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

Related Articles

Popular Categories