www.samajalive.in
Monday, December 15, 2025
16.1 C
Bhubaneswar

ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶତ ବାର୍ଷିକୀ

କେନ୍ଦୁଝର ସଦର: କେନ୍ଦୁଝର ଗାନ୍ଧୀ ବିଚ଼ାର ପରିଷଦ ଓ ସଂଯୋଗ ମିଳିତ଼ ସହଯୋଗରେ ତ଼େଲକୋଇ ବ୍ଲକ ବିଭିନ୍ନ ଅଞ୍ଚଳ ରେ ଗାନ୍ଧୀଜୀ ଙ୍କ ପ୍ରଥମ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରାଯାଇଛି। ୧୯୨୧ ମସିହା ମାର୍ଚ୍ଚ ୨୩ ତ଼ାରିଖ ମହାତ୍ମାଗାନ୍ଧୀ ପତ୍ନୀ କସ୍ତୁରବା ଓ ପୁତ୍ର ଦେବଦାସଙ୍କ ସହ ପ୍ରଥମ କରି ଓଡ଼ିଶା ଆଗମନ କରିଥିଲେ। ବଡ଼ିଭୋର ପୁରୀ ଏକ୍ସପ୍ରେସ ରେଳ ଯୋଗେ ସେଦିନ କଟକ ରେଳଷ୍ଟେସନରେ ପହଞ୍ଚିଥିଲେ। ମହାତ୍ମାଗାନ୍ଧୀଙ୍କୁ ଦର୍ଶନ କରିବା ପାଇଁ ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ଜମିଥିଲା। ବିରାଟ ଜନସମୁଦ୍ର ଭିତ଼ରେ କଟକରୁ ସ୍ବରାଜ ଆଶ୍ରମ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିଥିଲା।

ଗାନ୍ଧୀଙ୍କୁ ଦେଖିବାକୁ ଦିନେ ଦୁଇଦିନ ପୂର୍ବରୁ ବାହାର ଜିଲ୍ଲାରୁ ଆସି ଲୋକମାନେ ଡ଼େରା ପକାଇଥିଲେ। କାଠଯୋଡ଼ି ନଦୀପଟା ଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ଼ ହୋଇଥିଲା। ଅସହଯୋଗ ଆନ୍ଦୋଳନ ସ୍ବରାଜ ପାଇବା ପାଇଁ ବିଭିନ୍ନ ଦିଗ ସାମ୍ପ୍ରଦାୟୀକ ଭିନ୍ନ ପ୍ରସଙ୍ଗରେ ଗାନ୍ଧୀଜୀ ନିଜର ବକ୍ତବ୍ୟ ରଖିଥିଲେ ବୋଲି ଗାନ୍ଧୀତ଼ତ୍ତ୍ବବିତ୍ ଭକ୍ତବତ୍ସଳ ମହାନ୍ତି ଅତ଼ିଥି ଭାବେ ଯୋଗଦେଇ ବାର୍ଷିକୀ ପାଳନ ଅବସରରେ ବୁଝାଇଥିଲେ। ଶ୍ରୀ ମହାନ୍ତି ପଣ୍ତିତ଼ ଗୋପବନ୍ଧୁ ଦାସ ପ୍ରଥମ କଂଗ୍ରେସ କମିଟିର ସଭାପତ଼ି ଭାବରେ ଏହି ସଭାରେ ପୈାରହିତ଼ କରିଥିଲେ ବୋଲି ପରାମର୍ଶ ଦେଇଥିଲେ। ଗାନ୍ଧୀଙ୍କୁ ସ୍ବାଗତ଼ ଜଣାଇ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଠାରୁ ଆରମ୍ଭ କରି କବିର ରାମାନୁଜ, ଶଙ୍କର, ନାନକ, ଚ଼ୈତ଼ନ୍ୟ ଙ୍କ ସମେତ଼ ଭାରତ଼ରେ ଯେତେ ମହାତ୍ମା ଜନ୍ମ ଗ୍ରହଣ କରିଛନ୍ତି ସମସ୍ତଙ୍କ ସଂମ୍ପର୍କ ଓଡ଼ିଶା ଭୂମିରେ ରହିଛି ବୋଲି ଶ୍ରୀ ଦାସ ସୂଚ଼ନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଇସୁଆଁ, ବିମଳା, ସିରିଗିଡ଼ା, ସଲେଇଜେନା, ଶିବନାରାୟଣପୁରଗୋଡ଼ା, ଓରିଆ ଅଞ୍ଚଳର ଛାତ୍ର ଛାତ୍ରୀ, ଶିଶୁ ଯୁବଗୋଷ୍ଠୀ, ଚ଼ାଷୀମୂଲିଆ, ଶିକ୍ଷାବିତ୍ ପ୍ରମୁଖ ଉପସ୍ଥିତ଼ ଥିଲେ। ତ଼େବେ ଗାନ୍ଧିଜୀଙ୍କ ବାର୍ଷିକୀ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୩ ରିଖ ୩୦ଜିଲାରେ ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ କରାଯିବ ବୋଲି ଜଣାପଡ଼ିଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories