www.samajalive.in
Monday, December 15, 2025
16.1 C
Bhubaneswar

୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ଆଜି ଯିବେ ରାଉରକେଲା

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଛନ୍ତି। ଶନିବାର ସଂଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ମହାନିର୍ଦେଶକ ଅଭୟ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ବିରେଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ସାଂସଦ ରଘୁନାଥ ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

- Advertisement -

ରାଷ୍ଟ୍ରପତି ବିମାନବନ୍ଦରରୁ ସିଧା ରାଜଭବନକୁ ଯାଇଥିଲେ। ସଂଧ୍ୟା ପ୍ରାୟ ୬ଟା ୪୫ ମିନିଟରେ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନରେ ପହଞ୍ଚିଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତିଙ୍କର ରାଜଧାନୀରେ କୌଣସି କାର୍ଯ୍ୟକ୍ରମ ନାହିଁ। ଆଜି ସକାଳ ୮ଟା ୫୦ ମିନିଟରେ ରାଷ୍ଟ୍ରପତି ରାଜଭବନରୁ ବିଜୁପଟ୍ଟନାୟକ ବିମାନବନ୍ଦରକୁ ଯିବେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଉରକେଲା ଯିବେ। ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ(ଏନ୍ଆଇଟି)ର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ ରାଉରକେଲା ଇସ୍ପାତ୍ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ସକାଳେ ହେଲିକପ୍ଟର ଯୋଗେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିେବ। ସେଠାରୁ କୋଣାର୍କ ଅଭିମୁଖେ ହେଲିପକ୍ଟର ଯୋଗେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିିନିଟରେ ସୂର୍ଯ୍ୟମନ୍ଦିର ପହଞ୍ଚି କାରୁକାର୍ଯ୍ୟ ବୁଲି ଦେଖିବେ। କୋଣାର୍କରେ ରାଷ୍ଟ୍ରପତିଙ୍କର ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରାଯାଇଛି। ଅପରାହ୍ଣରେ ରାଷ୍ଟ୍ରପତି ଭୁବନେଶ୍ବର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

କୋଭିଡ୍-୧୯ କଟକଣା ଲାଗି ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିମାନବନ୍ଦରଠାରୁ ଆରମ୍ଭ କରି ସଭାସ୍ଥଳ ଏବଂ ରାଷ୍ଟ୍ରପତିଙ୍କ ରହଣି ସ୍ଥାନ ଆଦିରେ ଯେପରି କୋଭିଡ୍ ନିୟମାବଳୀକୁ କଡାକଡି ଅନୁପାଳନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories