www.samajalive.in
Monday, December 15, 2025
17.1 C
Bhubaneswar

ମହିଳା ଦିନିକିଆ: ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ: କରୋନା ପରବର୍ତ୍ତୀ ସମୟରେ ପ୍ରଥମଥର ପାଇଁ ରବିବାର ପଡ଼ିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଏଠାରେ ରବିବାର ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତୀୟ ମହିଳା ଦଳକୁ ସହଜରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଅଧିନାୟିକା ମିତାଲି ରାଜ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୫୦ ଓଭର ଶେଷରେ ୯ ୱିକେଟରେ ୧୭୭ ରନ୍ କରି ପାରିଥିଲା। ପ​‌େ​‌ର ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ଲୌରା ୱଲ୍‌ଭାର୍ଟ ଓପ୍‌ନିଂ ଯୋଡ଼ିରେ ୧୬୯ ରନ୍ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ୪୦.୧ ଓଭରରେ ୨ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟି ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ହୋଇଛି। ୯ରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ ନେବା ପରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ୪୦ ରନ୍‌ରେ ୩ଟି ୱିକେଟ ପଡ଼ିଥିଲା। ଜେମିମା ରଡ୍ରିଗ୍ବେଜ୍ ୧, ସ୍ମୃତି ମାନ୍ଧାନା ୧୪ ଓ ପୁନମ୍ ରାଉତ ୧୦ ରନ୍‌କରି ଆଉଟ ହୋଇଥିଲେ। ପରେ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ମିତାଲି ରାଜ୍ ଓ ହରମନପ୍ରୀତ କୌର ୪ର୍ଥ ୱିକେଟ ପାଇଁ ୬୨ ରନ୍ ଯୋଡ଼ିଥିଲେ। ଦୀପ୍ତି ଶର୍ମାଙ୍କ ସହ​ମିତାଲି ଆଉ ୫୨ ରନ୍ ଯୋଡ଼ିଥିଲେ। ୫୪ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ମିତାଲି ୮୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ହରମନପ୍ରୀତ ୪୧ ବଲ୍‌ରୁ ୬ଟି ଚୌକା ସହ ୪୦ ରନ୍ କରିଥିଲେ। ଦୀପ୍ତି ଶର୍ମା ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଶବ୍‌ନିମ ଇସ୍‌ମାଇଲ ୩ଟି ଓ ନନ୍‌କୁଲୁଲେକୋ ଏମ୍‌ଲାବା ୨ଟି ୱିକେଟ ନେଇଥିଲେ। ୧୭୮ ରନ୍ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍‌ନର ଲିଜେଲ ଲି ଓ ଲୌରା ୱଲ୍‌ଭାର୍ଟ ୩୭ ଓଭର ପର୍ଯ୍ୟନ୍ତ ଆଉଟ୍ ନ ହୋଇ ୧୬୯ ରନ୍ ଯୋଡ଼ିଥିଲେ। ଲୌରା ୱଲ୍‌ଭାର୍ଟ ୧୧୦ ବଲ୍‌ରୁ ୧୨ଟି ଚୌକା ସହ ୮୦ ରନ୍‌କରି ଆଉଟ ହୋଇଥିଲେ। ଲିଜେଲ୍‌ ଲି ୧୨୨ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୮୩ ରନ୍‌କରି ଅପରାଜିତ ଥିଲେ। ଶବ୍‌ନିମ ଇସ୍‌ମାଇଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories