www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବର ଏକ ନମ୍ବର କୁସ୍ତି ମାନ୍ୟତାକୁ ଫେରିଲେ ବିନେଶ

ରୋମ: ଦୁଇ ସପ୍ତାହ ମଧ୍ୟରେ ଦୁଇଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଭାରତର ଷ୍ଟାର କୁସ୍ତିବିତ୍‌ ବିନେଶ ଫୋଗଟ୍‌ ତାଙ୍କ ଓଜନ ବର୍ଗରେ ବିଶ୍ବର ଏକ ନମ୍ବର ମାନ୍ୟତାକୁ ଫେରିଛନ୍ତି। ଏକମାତ୍ର ଭାରତୀୟ ମହିଳା କୁସ୍ତିବିତ୍‌ ଭାବେ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିବା ବିନେଶ ମାଟେଓ ପେଲାକୋନ୍ ମାନ୍ୟତା ସିରିଜ୍‌ରେ ୫୩ କିଗ୍ରା ବର୍ଗର ଫାଇନାଲରେ ୪-୦ ବ୍ୟବଧାନରେ କାନାଡାର ଡାଇନା ମ୍ୟାରି ହେଲେନଙ୍କୁ ହରାଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ୨୬ ବର୍ଷିୟା ଫୋଗଟ୍‌ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିଶ୍ବର ୩ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ରହିଥିଲେ। ଟୁର୍ଣ୍ଣାମେଣ୍ଟରେ ବିନେଶ ୫ଟି ମ୍ୟାଚ ଖେଳିଥିବାବେଳେ କୌଣସି ଜଣେ ହେଲେ ଖେଳାଳି ତାଙ୍କ ବିରୁଦ୍ଧରେ ପଏଣ୍ଟ ସଂଗ୍ରହ କରିପାରିନଥିଲେ।

ଏଭଳି ସଫଳତା ଲାଗି ୫୩ କିଗ୍ରା ମହିଳା ବର୍ଗରେ ବିନେଶ ବିଶ୍ବର ଏକ ନମ୍ବର ମାନ୍ୟତା ଛୁଇଁବାରେ ସକ୍ଷମ ହୋଇଛନ୍ତି। ବିନେଶ ଗତ ସପ୍ତାହରେ କେଇଭ୍‌ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସେହିପରି ୫୭କିଗ୍ରା ବର୍ଗରେ ସରିତା ମୋର୍‌ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ବିନେଶଙ୍କ ପ୍ରଦର୍ଶନ ଟୋକିଓ ଅଲିମ୍ପିକ୍‌ସ ପ୍ରସ୍ତୁତି ସହ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories