www.samajalive.in
Monday, December 8, 2025
27.1 C
Bhubaneswar

ସାହିଦ୍ ଆଫ୍ରିଦିଙ୍କ କନ୍ୟାଙ୍କୁ ବିବାହ କରିବେ ସାହିନ୍ ଆଫ୍ରିଦି

ଲାହୋର: ପାକିସ୍ତାନର ଦୁଇ କ୍ରିକେଟର ସାହିଦ୍ ଆଫ୍ରିଦି ଓ ସାହିନ୍ ଶାହା ଆଫ୍ରିଦି ଖୁବ୍‌ ଶୀଘ୍ର ବନ୍ଧୁହେବାକୁ ଯାଉଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଖ୍ୟାତିସମ୍ପନ୍ନ ଅଲ୍‌ରାଉଣ୍ଡର ସାହିଦ୍ ଆଫ୍ରିଦିଙ୍କ ଜାମାତା ହେବାକୁ ଯାଉଛନ୍ତି ସାହିନ୍ ଆଫ୍ରିଦି। ସାହିଦ୍ ଆଫ୍ରିଦିଙ୍କ ବଡ଼ ଝିଅ ଆକ୍‌ସା ଆଫ୍ରିଦିଙ୍କୁ ସାହିନ୍ ଶାହା ଆଫ୍ରିଦି ବିବାହ କରିବାକୁ ଯାଉଛନ୍ତି। ଏହା ତାଙ୍କ ଟ୍ବିଟର ପୃଷ୍ଠା ଜରିଆରେ ସାହିଦ୍ ଆଫ୍ରିଦି ଜଣାଇଛନ୍ତି। ତାଙ୍କ ଅନୁସାରେ ଆକ୍‌ସା ଓ ସାହିନ୍‌ଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନଥିଲା। ସ୍ବର୍ଗରେ ଏ ସମ୍ପର୍କ ତିଆରି ହୋଇଛି। ତାଙ୍କ ଝିଅ ସହ ସାହିନ୍‌ଙ୍କୁ ବିବାହ ପାଇଁ ସାହିନ୍‌ଙ୍କ ପରିବାର ତାଙ୍କୁ ଅନୁରୋଧ କରିଥିଲେ। ସେ ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଖୁବ୍ ଶୀଘ୍ର ଆକ୍‌ସା ଓ ସାହିନ୍ ଆଫ୍ରିଦିଙ୍କର ନିର୍ବନ୍ଧ ହେବ ଏବଂ ପରେ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଉଭୟ ସାହିଦ୍ ଆଫ୍ରିଦି ଓ ସାହିନ୍ ଶାହା ଆଫ୍ରିଦି ନିକଟରେ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)​ରେ ଖେଳୁଥିଲେ। ତେବେ ଏକାଧିକ ଖେଳାଳି କରୋନା ସଂକ୍ରମିତ ହେବା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। ୨୦୧୮ରେ ସାହିନ୍ ଶାହା ଆଫ୍ରିଦି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ଏହା ପରଠାରୁ ବାମହାତି ଫାଷ୍ଟବୋଲର ସାହିନ୍ ଆଫ୍ରିଦି ପାକିସ୍ତାନ ପାଇଁ ୧୫ଟି ଟେଷ୍ଟ, ୨୨ଟି ଦିନିକିଆ ଓ ୨୧ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ସାହିଦ୍ ଆଫ୍ରିଦି ୫ ଜଣ କନ୍ୟା ସନ୍ତାନର ଜନକ। ତାଙ୍କର ୫ କନ୍ୟାଙ୍କର ନାମ ହେଲା ଆକ୍‌ସା, ଆନ୍‌ସା, ଆଜ୍‌ୱା, ଆସ୍‌ମାରା ଓ ଆର୍‌ୱା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories