www.samajalive.in
Monday, December 15, 2025
24.1 C
Bhubaneswar

ଭୋଟ୍‍ ପାଇଁ ବିଜେଡିର ବିକାଶ ଯୋଜନା – କଂଗ୍ରେସ

ପିପିଲି : ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ନିର୍ବାଚନମଣ୍ଡଳୀର ସାମଗ୍ରିକ ଉନ୍ନତି ପାଇଁ ୬୭.୬୮ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କେବଳ ପିପିଲି ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଅଜିତ କୁମାର ମଙ୍ଗରାଜ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ମଙ୍ଗଳପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିକାଶ ନାମରେ କେବଳ ଦୁର୍ନୀତି ଚାଲିଛି । ଏଠାରେ ଥିବା ଡାକ୍ତରଖାନା ମାନଙ୍କରେ ଡାକ୍ତରଙ୍କ ଅଭାବ ଥିବା ବେଳେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଏହି ଅଞ୍ଚଳର ବେକାର ଶିକ୍ଷିତ ଯୁବକଙ୍କ ନିଯୁକ୍ତି ପାଇଁ କୌଣସି ସୁଯୋଗ ସୃଷ୍ଟି କରାଯାଇନାହିଁ । ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ପୂର୍ବରୁ କୌଣସି ଯୋଜନା କରାଯାଇନଥିବା ବେଳେ ୧୩ବର୍ଷ ତଳେ ୨୦କୋଟି ଟଙ୍କା ବ୍ୟୟରେ ନିର୍ମତ ଇକୋ- ଟୁରିଜିମ୍‍ ସେଣ୍ଟର ଉଦ୍‍ଘାଟନ ହୋଇନପାରି ଏବେ ଭୂତକୋଠିରେ ପରିଣତ ହୋଇଛି । ନୂତନ ହସ୍ତଶିଳ୍ପ ଭେଣ୍ଡିଂମାର୍ଟ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଦେଢକୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥକୁ କେବଳ ତୋଷରପାତ କରାଯାଇ ଆଗାମୀ ଉପନିର୍ବାଚନରେ ଭୋଟ୍‍ କିଣାରେ ବ୍ୟୟ କରାଯିବ ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି । କେବଳ ଉପନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରାଯାଇଛି ବୋଲି ଶ୍ରୀମଙ୍ଗରାଜ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ, ପୁରୀ ଜିଲା କଂଗ୍ରେସ କମିଟିର ଉପସଭାପତି ପ୍ରକାଶ ପ୍ରଧାନ, ପିପିଲି ବ୍ଳକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories