www.samajalive.in
Sunday, December 7, 2025
16.1 C
Bhubaneswar

ପୁଡୁଚେରୀ ସଙ୍କଟ: ୨୨ରେ ଫ୍ଲୋର ଟେଷ୍ଟ ପାଇଁ ଉପରାଜ୍ୟପାଳଙ୍କ ନିର୍ଦେଶ

ପୁଡୁଚେରୀରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ କରାଯିବ। ଉପରାଜ୍ୟପାଳ ତମିଲିସାଇ ସୌନ୍ଦରରାଜନ ଗୁରୁବାର ଏ ନେଇ ଘୋଷଣା କରିଛନ୍ତି। ୨୨ ତାରିଖ ଅପରାହ୍ନ ୫ଟାରେ ଏହି ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ।

ପୁଡୁଚେରୀରେ ଶାସକ କଂଗ୍ରେସ ପାର୍ଟିର ବିଧାୟକମାନେ ଜଣକ ପରେ ଜଣେ ଇସ୍ତଫା ଦେବା ପରଠାରୁ ଏଠାରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଧାନସଭାରେ ବିରୋଧୀ ଦଳ ନେତା ତଥା ଏଆଇଏନଆରସି ମୁଖ୍ୟ ଏନ. ରଙ୍ଗାସ୍ବାମୀ ଦାବି କରିଛନ୍ତି ଯେ ସରକାରଙ୍କୁ ଗୃହରେ ନିଜର ବହୁମତ ସାବ୍ୟସ୍ତ କରିବା ଦରକାର। ଏହା ପରେ ଉପରାଜ୍ୟପାଳ ସୌନ୍ଦରରାଜନ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀଙ୍କୁ ଫ୍ଲୋର ଟେଷ୍ଟ ପାଇଁ ନିର୍ଦେଶ ଦେଇଛନ୍ତି।

- Advertisement -

ବିଜ୍ଞପ୍ତିରେ କୁହାଯାଇଛି ଯେ, ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ସୂଚିତ କରି ଜଣାଇଛନ୍ତି ଯେ, ବିଧାନସଭାର ବୈଠକ ଆସନ୍ତା ସୋମବାର ଅର୍ଥାତ ଫେବୃୟାରୀ ୨୨ରେ ହେବ। ଏହାର ଏକମାତ୍ର ଏଜେଣ୍ଡା ହେଉଛି ସରକାରଙ୍କ ପାଖରେ ଏବେ ବହୁମତ ଅଛି କି ନାହିଁ। ଫ୍ଲୋର ଟେଷ୍ଟ ସମୟରେ ସଦସ୍ୟମାନେ ହାତ ଉଠାଇ ମତଦାନ କରିବେ ଏବଂ ଏହି ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଏହି କାର୍ଯ୍ୟକୁ କୌଣସି ପରିସ୍ଥିତିରେ ସ୍ଥଗିତ କିମ୍ବା ନିଲମ୍ବିତ ଅଥବା ଟାଳି ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ଶାସକ କଂଗ୍ରେସରୁ ୪ ବିଧାୟକ ଇସ୍ତଫା ଦେବା ପରେ ବିରୋଧୀମାନେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀଙ୍କ ଇସ୍ତଫା ଦାବି କରିଛନ୍ତି। ସରକାରଙ୍କ ପାଖରେ ବହୁମତ ନ ଥିବା ସେମାନେ କହିଛନ୍ତି। ପୁଡୁଚେରୀର ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏବେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୧୪ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories