www.samajalive.in
Monday, December 15, 2025
24.1 C
Bhubaneswar

ବାଇକ୍‍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବଙ୍କାପଡା ଗ୍ରାମ ନିକଟରେ ଜଣେ ବାଇକ୍‍ ଚାଳକଙ୍କ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ସୋମବାର ଅପରାହ୍ନରେ ବଙ୍କାପଡା ଗ୍ରାମର ଯୁଧିଷ୍ଠିର ବେହେରା(୫୫) ସାଇକେଲ ଯୋଗେ ଗାଁ ଛକଆଡେ ଯାଉଥିବା ବେଳେ ଜଗନ୍ନାଥ ସଡକରେ ଧଳପୁର ପଟରୁ ଆସୁଥିବା ବାଇକ୍‍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ବାଇକ୍‍ ଚାଳକ ଧାଇଁ ପଳାଉଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିଥିଲେ। ସୂଚନା ପାଇ ବୌଦ୍ଧ ଥାନା ପିସିଆର ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବାଇକ୍‍ ଚାଳକଙ୍କୁ ଅଟକ ରଖିଥିବା ଜଣାଯାଇଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories