www.samajalive.in
Saturday, December 6, 2025
19.1 C
Bhubaneswar

ଭିନ୍ନ ଜଣେ ଉଚ୍ଚ ଶିକ୍ଷିତ ଯୁବକ; ଛାତ୍ରବୃତ୍ତି ଟଙ୍କାରେ ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲା ଜି.ଉଦୟଗିିରି ବ୍ଳକର ତଲାରିମାହା ପଞ୍ଚାୟତର ଶିକ୍ଷିତ ଯୁବକ ରାଜେଶ୍‌କୁମାର ବଗର୍ତ୍ତିିଙ୍କ କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍‌ ଚର୍ଚ୍ଚା। କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟର ଇତିହାସ ବିଭାଗର ଜଣେ ଛାତ୍ର। ପଢିବା ସମୟରେ ୟୁଜିସି ତଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଠାରୁ ରାଙ୍କ ହୋଲଡ଼ର ବୃତ୍ତି ବାବଦକୁ ୬୨ ହଜାର ଟଙ୍କା ପାଇଥିଲେ। ବତ୍ତର୍ମାନ ଗ୍ରାମକୁ ଫେରି ସେହି ଟଙ୍କାରେ ଖାତା ଓ ବହି କିଣି ନିଜ ଗ୍ରାମର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଛନ୍ତି। ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ କରିଛନ୍ତି ,ନିଜ ଜନ୍ମମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢି ପାରିବେ ସେ ନେଇ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି ରାଜେଶ। ନିଜ ଜନ୍ମାମାଟି ପ୍ରତି କର୍ତ୍ତବ୍ୟ ରହିଛି। ଗ୍ରାମର ଉନ୍ନତ ସହିତ ଗ୍ରାମର ପିଲାମାନେ ଯେଭଳି ଭାବେ ଶିକ୍ଷାକ୍ଷେତ୍ରରେ ବିକଶିତ କରିପାରିବେ ତାହା ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଜି.ଉଦଗୟିରି ବ୍ଳକ ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ ୨୦୧୯ ମସିହାର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଷୟବସ୍ତୁ ଉପରେ ଏମ୍‌.ଏ ପାସ କରିବା ପରେ ଗତ ବର୍ଷ ଶେଷ ସମୟରେ କରୋନା ମହାମାରୀ ଯୋଗୁ ସବୁଆଡ଼େ ହୋଇଥିବା ଲକଡାଉନ୍‌ ଯୋଗୁ ନିଜ ଗ୍ରାମକୁ ଫେରିଥିଲେ। ଗ୍ରାମକୁ ଫେରିବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଯୋଗୁ ସେ ନିଜ ଗ୍ରାମର ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କୋଭିଡ଼୍‌ ନିୟମ ପ୍ରକାରେ ନିଜ ଘର ପିଣ୍ଡାରେ ପ୍ରତିଦିନ ମାଗଣାରେ ଶିକ୍ଷାଦାନ କରୁଆସୁଛନ୍ତି। ବର୍ତ୍ତମାନ ମହାବିଦ୍ୟାଳୟରେ ସେ ଇତିହାସ ବିଭାଗରେ ଆଧୁନିକ ଭାରତୀୟ ଇତିହାସରେ ଏମ୍‌.ଫିଲ୍‌ କରୁଛନ୍ତି। ପ୍ରତ୍ୟେକ ମାସରେ କିଛିଦିନ ସେ ନିଜ ଗ୍ରାମକୁ ଫେରି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଆଗାମୀ ଦିନରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ରାଜେଶ। ବିଭିନ୍ନ ସମୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଉଥିବା ସମସ୍ୟା ଭିତ୍ତିକ ଖବର ହେଉ କିମ୍ବା ଅନ୍ୟ ଯେଉଁ କୌଣସି ଖବର ପ୍ରକାଶ ପରେ ତାହାକୁ ସେ ରାଜ୍ୟ ସରକାରଙ୍କ ପାଖରେ ଟୁଇଟ୍‌ କରି ସମସ୍ୟା ସମାଧାନ କରିବା ଦିଗରେ ମଧ୍ୟ ପ୍ରତ୍ୟେକ ଦିନ ପଦକ୍ଷେପ ନେଉଛନ୍ତି। ରାଜେଶଙ୍କ ଉଦ୍ୟମରେ କନ୍ଧମାଳ ଜିଲାର ଅନେକ ସମସ୍ୟାର ସମାଧାନ ହୋଇପାରିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories