www.samajalive.in
Sunday, December 7, 2025
26.1 C
Bhubaneswar

ବିମାନବନ୍ଦର ସ୍ଥାପନ ନେଇ ପଥପ୍ରାନ୍ତ ସଭା

ବ୍ରହ୍ମପୁର:  ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ରହ୍ମପୁର ଆଂକୁଲି ଛକ ଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରସ୍ତାବ ଆକାରରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଆଡୁ କୌଣସି ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଆକାରରେ ରଖିନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାରେ ଏହାର ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅନେକ ଦିନରୁ ଜନଗଣଙ୍କ ମହଲରେ ବିମାନ ବନ୍ଦର ସ୍ଥାପନ ନେଇ ଏକ ଆଶା ସଂଚାର ହୋଇଛି। ଆଜିର ପଥପ୍ରାନ୍ତ ସଭାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଅବନୀ ଗୟା, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଗଗନ ଚନ୍ଦ୍ର ମଲ୍ଲିକ, ଏସ. କେଶବ ଲିଙ୍ଗମ, ଡ଼ଃ. ଡମ୍ବୁରୁଧର ସାହୁ, ଡ଼ଃ. ଶିବ ପ୍ରସାଦ ମିଶ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିଶ୍ଵଦେବ, ସୁଷମା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories