www.samajalive.in
Monday, December 8, 2025
14.1 C
Bhubaneswar

ଦୁନିଆର ୫ଟି ମହଙ୍ଗା ଫଳ ; ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଅନ୍ୟାନ୍ୟ ଜିନିଷ ଅଥବା ଖାଦ୍ୟ ଜିନିଷ ତୁଳନାରେ ବିଭିନ୍ନ ପ୍ରକାର ଫଳର ମୂଲ୍ୟ ଅଧିକ ଥାଏ। କିଛି ଫଳର ମୂଲ୍ୟ ୨୦୦ରୁ ୩୦୦ କିଲୋ ପ୍ରତି ମିଳିଥାଏ। ମାତ୍ର ଏପରି କିଛି ଫଳ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ରହିଛି। ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜାଣନ୍ତୁ ସେଭଳି କିଛି ମହଙ୍ଗା ଫଳ ବିଷୟରେ….
‘ତାଇୟୋ ନୋ ତାମାଗୋ’ ଏକ ପ୍ରକାର ଫଳ। ଏହା ହେଉଛି ଏକ ପ୍ରକାର ଆମ୍ବ। ଯାହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି ଜଣାଶୁଣା। ଏହି ଆମ୍ବ ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ। ଏହାପରେ ସାରା ଦେଶରେ ବିକ୍ରି ହୋଇଥାଏ। ଏହି ଆମ୍ବର ଏକ କିଲୋଗ୍ରାମର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ।
ୟୁବ୍ରି ମେଲନ (ଏକ ପ୍ରକାର ତରଭୂଜ) ଦୁନିଆର ସବୁଠାରୁ ମହଙ୍ଗା ଫଳ ବୋଲି କୁହାଯାଏ। ଏହି ଫଳ ମଧ୍ୟ ଜାପାନରେ ଚାଷ କରାଯାଏ। ଏବଂ ବିକ୍ରି ହୋଇଥାଏ। ଏହା ଜାପାନ ବାହାକୁ ଖୁବ କମ ରପ୍ତାନୀ ହୋଇଥାଏ। ଏହି ପ୍ରକାର ତରଭୂଜ ସୂର୍ଯ୍ୟ କିରଣ ଠାରୁ ଦୂରରେ ଥିବା ସବୁଜ ଗୃହରେ ଚାଷ କରାଯାଏ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ଏହି ଫଳର ୨ଟିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା।
ଆପଣ ଅନେକ ତରଭୂଜ ଦେଖିଥିବେ ଓ ଖାଇଥିବେ। ମାତ୍ର କେବେ ବର୍ଗାକାର ତରଭୂଜ ଦେଖିଛନ୍ତି କି ? ଆଜ୍ଞା ହଁ ଦୁନିଆରେ କେବଳ ଗୋଲାକାର ନୁହେଁ ବରଂ ବର୍ଗାକାର ତରଭୂଜ ମଧ୍ୟ ରହିଛି। ଏଗୁଡିକ ଜାପାନରେ ଚାଷ କରାଯାଏ। ଏହି ତରଭୂଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା। ଏହାର ଓଜନ ୫ କିଲୋ ହେବ। ବାସ୍ତବରେ ଏହି ତରଭୂଜ ବର୍ଗାକାର ହେବାର କାରଣ ଏକ ପ୍ରକାର ବର୍ଗାକାର ବାକ୍ସ ଭିତରେ ରଖି ଏହାକୁ ଚାଷ କରାଯାଏ।
ହଳଦିଆ ରଙ୍ଗ ଦେଖାଯାଉଥିବା ଏହି ସପୁରୀ ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ଗେଟିଏ। ଏହାକୁ ଇଂଲଣ୍ଡର ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ’ରେ ଚାଷ କରାଯାଏ। ଏହି କାରଣରୁ ଏହାକୁ ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ ପାଇନଏପ୍ପଲ୍ସ’ ର ନାମରେ ଏହା ଜଣାଶୁଣା। ଏହା ପ୍ରସ୍ତୁତ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥାଏ। ଏହି ସପୁରୀ ଗୋଟିଏର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା।
ରୁବି ରୋମାନ । ଏହା ଏକ ପ୍ରକାର ଅଙ୍ଗୁର । ଏହା ଜାପାନର ସବୁଠାରୁ ମହଙ୍ଗା ଫଳ ଭାବେ ଜଣାଶୁଣା। ଗୋଟିଏ ଅଙ୍ଗର ପେନ୍ଥାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ। ମହଙ୍ଗା ହେତୁ ଏହି ଅଙ୍ଗୁରକୁ ଧନୀମାନଙ୍କର ଫଳ ବୋଲି କୁହାଯାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories