www.samajalive.in
Sunday, December 7, 2025
14.1 C
Bhubaneswar

ମୁରଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ ଓ କଣ୍ଟେନର ଧକ୍କା ୧୦ ମୃତ , ୨୦ରୁ ଅଧିକ ଆହତ

ମୁରାଦାବାଦ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଏକ ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ କଣ୍ଟେନର ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି।
ଆଗ୍ରା ହାଇୱେ କୁନ୍ଦରକି ଥାନା ଅଞ୍ଚଳରେ ନାନପୁରର ପୋଲ ନିକଟରେ ଶନିବାର ସକାଳ ସମୟରେ କଣ୍ଟେନର ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇଛି। ଏହି ୨ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହେବା ପରେ ଅନ୍ୟ ଏକ ଗାଡି ମଧ୍ୟ ଉକ୍ତ ୨ ଗାଡି ସହ ଧକ୍କା ହୋଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ, ଓଭରଟେକ କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ଉକ୍ତ ବସଟି କୁନ୍ଦରକୀରୁ ଯାତ୍ରୀଙ୍କୁ ନେଇ ମୁରାଦାବାଦ ଯାଉଥିଲା। ବସଟି ନାନପୁର ପୋଲ ନିକଟରେ ପହଞ୍ଚିବା ପରେ ସାମ୍ନା ପଟୁ ଆସୁଥିବା କଣ୍ଟେନରଟି ବସଟିକୁ ଧକ୍କା ଦେଇଥିଲା। ଏହାପରେ କଣ୍ଟେନର ଓଲଟି ଯିବା ସହ ବସର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାରକାର୍ଯ୍ୟ ଜାରି କରିବା ସହ କ୍ରେନ ଦ୍ୱାରା ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଯାନକୁ ହଟାଇଥିଲା।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଅଧିକାରୀଙ୍କୁ ଘଟଣାର ତଦନ୍ତ ଓ ଆହତଙ୍କୁ ପର୍ଯ୍ୟପ୍ତ ପରିମାଣରେ ଚିକିତ୍ସା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିଜନଙ୍କୁ ୨ଲକ୍ଷ ଲେଖାଏଁ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories