www.samajalive.in
Sunday, December 7, 2025
18.1 C
Bhubaneswar

ଯୁବ ବିଜେଡି ପକ୍ଷରୁ ପୁଷପୁନି ମିଳନ

ବୌଦ୍ଧ : ବୌଦ୍ଧ ଜିଲ୍ଳା ଯୁବ ବିଜେଡି ପକ୍ଷରୁ ହରଭଙ୍ଗା ବ୍ଳକ ନୂଆପଡା ଡେମ ଠାରେ ପୁଷପୁନି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପୁଷପୁନି ମିଳନ ସମାବେଶର ଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଭାଇଚାରା ବାତାବରଣ ରକ୍ଷା କରିବା ସହିତ ତୃଣମୂଳସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ଏକତ୍ରିତ ଭାବରେ ସମସ୍ତ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ ଭାବରେ ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଆସୁଥିବାରୁ ଯୁବ ବିଜେଡି ପକ୍ଷରୁ ଆୟୋଜିତ ଏହି ପୁଷପୁନି କାର୍ଯ୍ୟକ୍ରମ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିବା ସହିତ ବିଜେଡିର ଆଗୁଆ ପ୍ରସ୍ତୁତି ପର୍ବ ବୋଲି ଆଲୋଚନା ହେଉଛି। ତେବେ ଏହି କାର୍ଯ୍ୟକ୍ରମକୁ ନେଇ ଜିଲ୍ଳାରେ ଯୁବ ଓ ଛାତ୍ର ବିଜେଡି ମହଲରେ ଉତ୍ସାହ ବୃଦ୍ଧି ପାଇଛି। ଏହି ପୁଷପୁନି ମିଳନ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତା ଓ ସକ୍ରିୟ କର୍ମୀମାନେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଜୋନାଲ ସଭାପତି ଅଶୋକ କୁମାର ସାହୁ, ବରିଷ୍ଠ ନେତା ସୁବାଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories