www.samajalive.in
Sunday, December 7, 2025
26.1 C
Bhubaneswar

ଲାଲକିଲାରେ ପତାକା ଉଡ଼ାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ, ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାରେ ସାମିଲ ଲୋକଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହି କ୍ରମରେ ଲାଲକିଲାରେ ପତାକା ଉଡ଼ାଇଥିବା ଲୋକଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି। ଯେଉଁ କୃଷକ ନେତାମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ପୁଲିସ ଲୁକ୍‌ ଆଉଟ ନୋଟିସ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ପୁଲିସ କୃଷକ ନେତାମାନଙ୍କ ପାସପୋର୍ଟ ସରେଣ୍ଡର କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଛି।

ଅନ୍ୟପଟେ ଦିଲ୍ଲୀ ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ହସ୍ପିଟାଲରେ ପହଞ୍ଚି ଆହତ କର୍ମଚାରୀମାନଙ୍କୁ ଭେଟିଛନ୍ତି। ସେପଟେ ଦିଲ୍ଲୀ ପୁଲିସ କୃଷକ ନେତା ଯୋଗେନ୍ଦ୍ର ଯାଦବ, ବଳଦେବ ସିରସା ଏବଂ ବଲବୀର ଏସ. ରାଜେୱାଲଙ୍କ ସମେତ ୨୦ କୃଷକ ନେତାଙ୍କୁ ଟ୍ରାକ୍ଟର ରାଲି ପାଇଁ ହୋଇଥିବା ଚୁକ୍ତି ଉଲ୍ଲଂଘନ କରିବା ଅଭିଯୋଗରେ ନୋଟିସ ପଠାଇଛି। ଏହା ଉପରେ ଜବାବ ରଖିବାକୁ ୩ ଦିନ ସମୟ ଦିଆଯାଇଛି।

- Advertisement -

କୃଷକ ନେତାମାନଙ୍କର ଗୋଟିଏ ଗୋଷ୍ଠୀ ପଞ୍ଜାବୀ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଦୀପ ସିଦ୍ଧୁ ଚାଷୀମାନଙ୍କୁ ଉସୁକାଇଥିବା ଏବଂ ଲାଲକିଲାରେ ଧାର୍ମିକ ପତାକା ଲଗାଇଥିବା ଉକ୍ତ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ପୁଲିସ ହିଂସାରେ କୃଷକ ନେତାମାନଙ୍କ ଭୂମିକା ଯାଞ୍ଚ କରୁଛି। ରାଲିର ରୁଟ୍‌ ଏବଂ ସମୟ ନିର୍ଘଣ୍ଟକୁ ନେଇ ପୁଲିସ ସହିତ ହୋଇଥିବା ବୁଝାମଣାର ଉଲ୍ଲଂଘନକୁ ନେଇ ମିଳିତ କୃଷକ ମୋର୍ଚ୍ଚାର ନେତା ଦର୍ଶନ ପାଲଙ୍କୁ ନୋଟିସ ଜାରି କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories