www.samajalive.in
Sunday, December 7, 2025
13.1 C
Bhubaneswar

ମୋତି ସହ ଜଡିତ ବିଶେଷ ମହତ୍ତ୍ୱ

ମୋତି ଏକ କଠୋର ପଦାର୍ଥ, ଏହା କୋମଳ ଜୀବଙ୍କ ଠାରୁ ମିଳିଥାଏ। ସେହି ମୋତିକୁ ଅସଲି ମୋତି କୁହାଯାଏ, ଯାହା ଚିକ୍କଣ ଓ ଗୋଲ। ଏତଦ ବ୍ୟତୀତ ମୋତୀ ଅନ୍ୟ ଆକାରର ମଧ୍ୟ ରହିଛି। ଏହାକୁ ରତ୍ନ ରୂପରେ ଓ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମୋତିକୁ ମୁଖ୍ୟତଃ ଚନ୍ଦ୍ରମାଙ୍କର ରତ୍ନ ବୋଲି କୁହାଯାଏ। ସୌନ୍ଦର୍ୟ୍ୟ ବୃଦ୍ଧି କରିବା ପାଇଁ ହେଉ କିମ୍ବା ଜୀବନରେ ଥିବା ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ହେଉ ମହିଳାମାନେ ମୋତିରେ ନିର୍ମିତ ବିଭିନ୍ନ ଆଭୂଷଣକୁ ବ୍ୟବହାର କରିଥାଆନ୍ତି। ମାତ୍ର ଏହି ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯାହା ହୁଏତ ସଭିଏଁ ଜାଣିନଥିବେ। ଏହାକୁ ସଠିକ ଭାବେ ଓ ସଠିକ ଅଙ୍ଗରେ ଧାରଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ ଓ ଆପଣଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ।
ମାତ୍ର ବର୍ତ୍ତମାନ ସମୟରେ ବଜାରରେ ନକଲି ଓ ରଙ୍ଗବେରଙ୍ଗର ମୋତି ମଧ୍ୟ ମିଳୁଛି। ଅସଲି ମୋତି ଧାରଣ କରିବା ଦ୍ୱାରା ଆମକୁ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେଣୁ ମୋତି ଅସଲି କି ନକଲି ଏହାର ଚିହ୍ନଟ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଅସଲି ମୋତିକୁ ଚିହ୍ନିବେ କିପରି
ଦାନ୍ତରେ କାମୁଡ଼ିବା ଦ୍ୱାରା ଅସଲି ମୋତି ଭାଙ୍ଗି ଯାଏ।
ମୋତିକୁ କପଡ଼ା ବ୍ୟବହାର କରି ଅଧିକ ସମୟ ପୋଛିଲେ ଏହାର ଚମକ ବୃଦ୍ଧି ପାଇଥାଏ। ନଖରେ ରାମ୍ପିଲେ ମଧ୍ୟ ଏହାର ରଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିନଥାଏ।
ଯେଉଁ ମୋତିର ଚମକ ନଥାଏ, ତାହାକୁ ଧାରଣ କରିବା ଉଚିତ ନୁହେଁ।
ଏହା ସାମାନ୍ୟ ଭାଙ୍ଗି ଥିଲେ ମଧ୍ୟ ଏହାକୁ ଧାରଣ କରିବା ଉଚିତ ନୁହେଁ। କାରଣ ଜୀବନରେ କୁପ୍ରଭାବ ପଡ଼ିବା ସହ ସମସ୍ୟା ଲାଗି ରହେ।
ମୋତି ଉପରେ ଅନ୍ୟ ରଙ୍ଗର ଆସ୍ତରଣ ସୃଷ୍ଟି ହେବା ଭଳି ଦେଖାଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅସଲ ମୋତି ଧାରଣ ନକଲେ କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ
ଯଦି ଆପଣ ଠିକ ସମୟରେ ସଠିକ ନିଷ୍ପତ୍ତି ନେଇପାରୁନାହାନ୍ତି ତେବେ ଆପଣ ନିଜ ହସ୍ତର ମୋତି ଧାରଣ କରିବା ଉଚିତ। ମୋତି ଧାରଣ ପରେ ସୋମବାର ଦିନ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଖୁବ ଶଭୁଫଳ ପ୍ରାପ୍ତି ହୋଇଥାଏ।
ପରିଶ୍ରମ କରିବା ପରେ ମଧ୍ୟ ସଠିକ ଫଳ ନମିଳିଲେ ଓ ଆଶାନୁଯାୟୀ ଧନ ସଞ୍ଚୟ ହୋଇପାରୁନଥିଲେ, ଆପଣ ପୂଜାସ୍ଥାନରେ ଦୁଇଟି ମୋତିକୁ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ଆପଣ ନିଜ ପତ୍ନୀଙ୍କୁ ବାମ ହସ୍ତରେ ମୋତି ଧାରଣ କରିବାକୁ ଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଯଦି ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ତା’କୁ ଚାନ୍ଦିର ନିର୍ମିତ ଚନ୍ଦ୍ର ସହ ମୋତି ପିନ୍ଧାନ୍ତୁ। ଏହି ସମସ୍ୟା ଦୂର ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories