www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ କେଉଁମାନେ ଧାରଣ କରିପାରିବେ ମୋତି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କ ଜାତକରେ ଚନ୍ଦ୍ରଗ୍ରହଙ୍କ ସ୍ଥିତି ଦୁର୍ବଳ ସ୍ଥାନରେ ଥାଆନ୍ତି, ସେମାନେ ମୋତି ଧାରଣ କରି ପାରିବେ। ହିନ୍ଦୁ ଶାସ୍ତ୍ରରେ ୮୪ ଉପରତ୍ନ ଓ ୯ ରତ୍ନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରତ୍ନମାନଙ୍କ ସମ୍ବନ୍ଧ ବିଭିନ୍ନ ଗ୍ରହ ସହ ମଧ୍ୟ ରହିଛି। ରତ୍ନ ଶାସ୍ତ୍ର ଅନୁଯାୟୀ, ରତ୍ନ ଗ୍ରହଙ୍କ ଶୁଭ ପ୍ରଭାବ ପାଇଁ ,ଜୀବନରେ ଥିବା ସମସ୍ୟା ଦୂର ପାଇଁ ସହାୟକ ହୋଇଥାଏ। ତେବେ ଜାଣନ୍ତୁ ମୋତି ରତ୍ନ ବିଷୟରେ। ଏହାର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ଜଡିତ। ମୋତି ପିନ୍ଧିବାର ନିୟମ ଓ ଏହାର ଲାଭ ….
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ.ଲଗାତାର ମାନସିକ ଦୁଶ୍ଚିନ୍ତାରେ ରହିଥାଆନ୍ତି,ସେମାନେ ମୋତି ଧାରଣ କରିବା ଶୁଭଙ୍କର ବୋଲି ମାନ୍ୟତା ରହିଛି। ଏହାସହ ଯେଉଁମାନଙ୍କର କର୍କଟ ରାଶି, କର୍କଟ ଲଗ୍ନ ସେମାନେ ମୋତି ଧାରଣ କରିପାରିବେ। ଅନ୍ୟ ରାଶିର ବ୍ୟକ୍ତି ବିଶେଷ ଜ୍ୟୋତିଷଙ୍କ ପରାମର୍ଶରେ ମୋତି ଧାରଣ କରିପାରିବେ।
ମୋତି ଧାରଣ କରିବାର ଲାଭ….
ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରମା ମସ୍ତିଷ୍କ ଓ ମନରେ ସବୁଠାରୁ ଅଧିକ ପ୍ରଭାବ ପକାଇ ଥାଆନ୍ତି। ଚନ୍ଦ୍ରମାଙ୍କ ସମ୍ବନ୍ଧ ମୋତି ସହ ବୋଲି ମାନ୍ୟତା ରହିଛି। ତେଣୁ ମନକୁ ଶାନ୍ତ ଓ ମସ୍ତିଷ୍କକୁ ସ୍ଥିର ରଖିବା ପାଇଁ ମୋତି ଧାରଣ କରିବା ଶୁଭଙ୍କର।
ଗୋଲ ଆକାରର ମୋତି ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଗୋଲ ଆକାରର ହେବା ସହ ମୋତି ଆପେ ଆପେ ହାଲକା ହଳଦିଆ ରଙ୍ଗର ହେବା ଦ୍ୱାରା ବ୍ୟକ୍ତି ବିଦ୍ୱାନ ହୋଇଥାଆନ୍ତି। ଏହାସହ ମୋତି ଗୋଲ ସହ ଲମ୍ବାକାର ଥାଇ ସାମାନ୍ୟ ଆକାଶୀ ରଙ୍ଗର ହେବା ଦ୍ୱାରା ଉତ୍ତମ ପୁତ୍ର ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories