ବାଙ୍କୀ : ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ତୁଳସୀପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ସୋମବାର ଦିନ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହାୟତାରେ ଗ୍ରାମାଞ୍ଚଳରେ ମାଆ ଓ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷିକା ଡାକ୍ତର ପୁଷ୍ପଲତା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଛି। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶାନ୍ତିଲତା ଦେଈ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ତୁଳସୀପୁର କ୍ଲଷ୍ଟରର ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଞ୍ଜୟ କୁମାର ଦାସ ସହଯୋଗ କରିଥିଲେ। ସ୍ଥାନୀୟ ଆଶା କର୍ମୀଙ୍କ ଉପସ୍ଥିତିରେ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ମାଆ ମାନେ ସାମିଲ ହୋଇ ନିରାପଦ ମାତୃତ୍ୱ ଦିବସର ଅନୁଚିନ୍ତାକୁ ଗ୍ରହଣ କରି ସୁସ୍ଥ ସମାଜ ଓ ସୁସ୍ଥ ମାତୃତ୍ୱ ପାଇଁ ଆହ୍ୱାନ ଦେଇଥିଲେ।
Popular Categories



