www.samajalive.in
Saturday, December 6, 2025
26.1 C
Bhubaneswar

କରବରରେ ପାରମ୍ପରିକ ଦଣ୍ଡ ଉତ୍ସବ ଓ ଦଣ୍ଡ ବନ୍ଦାଣ କାର୍ଯ୍ୟକ୍ରମ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ କରବର ଗ୍ରାମର ଦଣ୍ଡ ପରମ୍ପରା ଦୀର୍ଘବର୍ଷର। ପିଢୀପରେପିଢୀ ଏବେ ବି ନିଷ୍ଠାର ସହିତ ଦଣ୍ଡ ପରମ୍ପରାକୁ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିରେ ପାଳିତ ହୋଇଆସୁଛି। ଶୁକ୍ରବାର ଦିନ ଚଳିତ ବର୍ଷ ପାଇଁ ୬ଦିନିଆ ପାରମ୍ପରିକ ଦଣ୍ଡ ଆରମ୍ଭ ହୋଇ ପାଟ ଦଣ୍ଡୁଆ ସୁମନ୍ତ କୁମାର ସାହୁ,ସହଯୋଗୀ ଅଲେଖ ବାରିକ,ଭୋବନୀ ବେହେରା,ଗୋକୁଳ ବିଶ୍ୱାଳ,ଅରୁଣ ବେହେରା,ମିରିଗା ବେହେରା,କାଶୀନାଥ ବେହେରା,ନଇଆ ବେହେରା,ଦୟା ବେହେରା ପ୍ରମୁଖ ଉପାସିଆ ମାନେ ନିଷ୍ଠାର ସହିତ ପ୍ରଚଣ୍ଡ ଖରାରେ ପାରମ୍ପରିକ ଦଣ୍ଡ ରିତିନୀତି ପାଳନ କରୁଛନ୍ତି। ଏହି ଅବସରରେ ରବିବାର ଠାରୁ ଦଣ୍ଡ କାମନା ଗୋସେଇଁ କରବର ଗ୍ରାମ ପରିକ୍ରମା କରିବା ସହିତ ଦଣ୍ଡକାଠି ଏବଂ ଠାକୁରଙ୍କର ନୀତିରେ ଭୋଗଖିଆ ଆରମ୍ଭ ହୋଇଛି। ସୋମବାର ଦିନ ଖରାରେ ଖାଲିପାଦରେ ମାନସିକଧାରୀଙ୍କ ନିମନ୍ତ୍ରଣରେ ଦଣ୍ଡ ବନ୍ଦାଳ ଯଥାକ୍ରମେ କରାଯାଇଛି। ଆସନ୍ତା ବୁଧବାର ଦିନ ମେରୁ ପର୍ବ ପାଳନ ହେବା ସହିତ ୬ଦିନିଆ ଦଣ୍ଡ ଉଠାଣ କାର୍ଯ୍ୟ ରୀତିମତେ ସମାପନ ହେବ ବୋଲି ପାଟଦଣ୍ଡୁଆ କହିଛନ୍ତି। ବହୁ ବିଶ୍ୱାସର ପ୍ରତୀକ ଦଣ୍ଡ ପରମ୍ପରା ସହିତ ଶିବ,ପାର୍ବତୀ,ଚଡେଇଆ,ଚଡଉଣି,ଶବର ଶବରୁଣି ଆଦି ପ୍ରତୀକାତ୍ମକ କଳାକାର ମାନେ ଦଣ୍ଡ ଯାତ୍ରାର ଉତ୍ପତ୍ତି ଓ ଶିବ ମହାପ୍ରଭୁଙ୍କର ଆଜ୍ଞା ସମ୍ପର୍କରେ ଦଣ୍ଡ ନାଚ ପରିବେଷଣ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ୨ଦିନ ଧରି ବାଦି ଦଣ୍ଡ ପରିବେଷଣ କରାଯିବା ସମ୍ପର୍କରେ ସୂଚନା ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories