www.samajalive.in
Monday, December 8, 2025
27.1 C
Bhubaneswar

ବେଗୁନିଆ ବ୍ଲକସ୍ତରୀୟ ବିଜ୍ଞାନ ମେଳା 

ବେଗୁନିଆ: ବେଗୁନିଆ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସୋମବାର ସିମୋରସ୍ଥିତ କୁଞ୍ଜବିହାରୀଦେଵ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ୭ଟା ସମୟରେ ଆରାଧ୍ୟ ଠାକୁର ପ୍ରଭୁ କୁଞ୍ଜବିହାରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମହାପାତ୍ର, ଯୋଗୀନ୍ଦ୍ରନାଥ ସାହୁ, ରାମଚନ୍ଦ୍ର ସାହୁ ଏବଂ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳାର ଶୁଭ ଉଦଘାଟନ କରିଥିଲେ । ଶିକ୍ଷକ ରତିକାନ୍ତ କହଲସିଂହ ଏବଂ ଅଖିଲେଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ମେଳାର ୧୬୮ ଟି ବିଜ୍ଞାନ, ଗଣିତ ଏବଂ ପରିବେଶ ଭିତ୍ତିକ ପ୍ରକଳ୍ପକୁ ଅତିଥିମାନେ ପରିଦର୍ଶନ କରିବା ସହିତ ଅନୁସନ୍ଧିତ୍ସୁ କୁନି ବୈଜ୍ଞାନିକମାନଙ୍କୁ ଅତିଥିମାନେ ପ୍ରେରଣା ପ୍ରଦାନ କରିଥିଲେ ।

ସେହିପରି ୧୧ ଟା ସମୟରେ ବିଜ୍ଞାନ ମେଳାର ଉଦଯାପନୀ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟ ଅତିଥି ଏବଂ ବିଡ଼ିଓ ଲଷ୍ମୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ସ୍ମୃତିରେଖା ଘଡେଇ, ପ୍ରତୀକ୍ଷା ଚ୍ୟାଉ ପଟନାୟକ, ପ୍ରାଚୁର୍ଯ୍ୟ ପ୍ରିୟଦର୍ଶିନୀ, ଶୁଭ୍ର।ଙ୍ଗୀତା ମହାରଣା, ଚିରଶ୍ମିତା ପଟନାୟକ ଏବଂ ସ୍ମରଣୀକା ପଣ୍ଡା ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ଯିବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଧାନଶିକ୍ଷକ ଗଣେଶ୍ୱର ମିଶ୍ର ଏବଂ ଅର୍ଚ୍ଚନା ବେହେରା ଷ୍ଟଲ ପରିଚାଳନା କରିଥିଲେ । ଦୀର୍ଘ ୨ ବର୍ଷ ପରେ ବିିଜ୍ଞାନ ମେଳାର ଆୟୋଜନ ଯୋଗୁୁଁ କୁନି ବୈଜ୍ଞାନିକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା । ସଫଳ ବିଜ୍ଞାନ ମେଳାର ଆୟୋଜନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସହଯୋଗୀ ଶିକ୍ଷକ, ସିଆରସିସି ଏବଂ ଆୟୋଜକ ବିଦ୍ୟାଳୟକୁ ଧନ୍ୟବାଦ ଦିଆଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଅପରାହ୍ନ୧ ଘଣ୍ଟା ସମୟରେ ବିଜ୍ଞାନ ମେଳା ଉଦଯାପିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେଶଚନ୍ଦ୍ର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories