www.samajalive.in
Saturday, December 6, 2025
19.1 C
Bhubaneswar

କିପରି ଚିହ୍ନିବେ ଅସଲି ମୋତି

ମୋତି ଏକ କଠୋର ପଦାର୍ଥ, ଏହା କୋମଳ ଜୀବଙ୍କ ଠାରୁ ମିଳିଥାଏ।  ସେହି ମୋତିକୁ ଅସଲି ମୋତି କୁହାଯାଏ, ଯାହା ଚିକ୍କଣ ଓ ଗୋଲ। ଏତଦ ବ୍ୟତୀତ ମୋତୀ ଅନ୍ୟ ଆକାରର ମଧ୍ୟ ରହିଛି। ଏହାକୁ ରତ୍ନ ରୂପରେ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମୋତିକୁ ମୁଖ୍ୟତଃ ଚନ୍ଦ୍ରମାଙ୍କର ରତ୍ନ ବୋଲି କୁହାଯାଏ।
ମାତ୍ର ବର୍ତ୍ତମାନ ସମୟରେ ବଜାରରେ ନକଲି ଓ ରଙ୍ଗବେରଙ୍ଗର ମୋତି ମଧ୍ୟ ମିଳୁଛି। ଅସଲି ମୋତି ଧାରଣ କରିବା ଦ୍ୱାରା ଆମକୁ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେଣୁ ମୋତି ଅସଲି କି ନକଲି ଏହାର ଚିହ୍ନଟ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଅସଲି ମୋତିକୁ ଚିହ୍ନିବେ କିପରି ….
ଦାନ୍ତରେ କାମୁଡ଼ିବା ଦ୍ୱାରା ଅସଲି ମୋତି ଭାଙ୍ଗି ଯାଏ।
ମୋତିକୁ କପଡ଼ା ବ୍ୟବହାର କରି ଅଧିକ ସମୟ ପୋଛିଲେ ଏହାର ଚମକ ବୃଦ୍ଧି ପାଇଥାଏ। ନଖରେ ରାମ୍ପିଲେ ମଧ୍ୟ ଏହାର ରଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିନଥାଏ।
ଯେଉଁ ମୋତିର ଚମକ ନଥାଏ, ତାହାକୁ ଧାରଣ କରିବା ଉଚିତ ନୁହେଁ।
ଏହା ସାମାନ୍ୟ ଭାଙ୍ଗି ଥିଲେ ମଧ୍ୟ ଏହାକୁ ଧାରଣ କରିବା ଉଚିତ ନୁହେଁ। କାରଣ ଜୀବନରେ କୁପ୍ରଭାବ ପଡ଼ିବା ସହ ସମସ୍ୟା ଲାଗି ରହେ।
ମୋତି ଉପରେ ଅନ୍ୟ ରଙ୍ଗର ଆସ୍ତରଣ ସୃଷ୍ଟି ହେବା ଭଳି ଦେଖାଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅସଲ ମୋତି ଧାରଣ ନକଲେ କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories