www.samajalive.in
Wednesday, December 10, 2025
17.1 C
Bhubaneswar

ଟେଷ୍ଟରେ ପୂଜାରାଙ୍କ ୬ ହଜାର ରନ୍ ପୂରଣ

ସିଡନୀ : ଭାରତର ୧୧ଶ ବ୍ୟାଟ୍‌ସମ୍ୟାନ୍ ଭାବେ ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟ୍‌ରେ ୬ ହଜାର ରନ୍ ପୂରଣ କରିଛନ୍ତି। ସିଡ୍‌ନୀର ଟେଷ୍ଟର ଅନ୍ତିମ ଦିନରେ ତାଙ୍କର ୭୭ ରନ୍‌ର ଇନିଂସ ମଧ୍ୟରେ ପୂଜାରା ଏହି ମାଇଲଖୁଣ୍ଟ ପାର କରିଛନ୍ତି। ୩୨ ବର୍ଷ ବୟସ୍କ ପୂଜାରା ୧୩୪ ଟେଷ୍ଟ ଇନିଂସରେ ୬ ହଜାର ରନ୍ ପୂରଣ କରିଛନ୍ତି। ଏପରି କରିବାରେ ପୂଜାରା ଭାରତର ୬ଷ୍ଠ ଦ୍ରୁତତମ। ତାଙ୍କଠାରୁ କମ୍ ଇନିଂସରେ ୬ ହଜାର ଟେଷ୍ଟ ରନ୍ ପୂରଣ କରିଥିବା ବ୍ୟାଟ୍‌ସମ୍ୟାନ୍ ହେଲେ ସୁନୀଲ ଗାଭାସ୍କର (୧୧୭), ବିରାଟ କୋହଲି (୧୧୯), ସଚିନ ତେନ୍ଦୁଲକର (୧୨୦), ବୀରେନ୍ଦ୍ର ସେହ୍ବାଗ (୧୨୩) ଓ ରାହୁଲ ଦ୍ରାବିଡ଼ (୧୨୫)। ୬ ହଜାରରୁ ଅଧିକ ଟେଷ୍ଟ ରନ୍ କରିଥିବା ଅନ୍ୟ ୫ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ହେଲେ ଭି.ଭି.ଏସ୍. ଲକ୍ଷ୍ମଣ, ସୌରଭ ଗାଙ୍ଗୁଲି, ମହମ୍ମଦ ଆଝାରୁଦ୍ଦିନ, ଦିଲୀପ ଭେଙ୍ଗସରକାର ଓ ଗୁଣ୍ଡାପ୍ପା ବିଶ୍ବନାଥ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories