www.samajalive.in
Monday, December 15, 2025
24.1 C
Bhubaneswar

ସହରରେ ନାହିଁ ଗୋଟିଏ କାର୍

ଆମ ଦେଶର ମହାନଗରୀଗୁଡ଼ିକର ରାଜରାସ୍ତାରେ ଦାମୀ କାର୍‌ର ଭିଡ଼ ଦିନକୁଦିନ ବଢ଼ିଚାଲିଛି। ହେଲେ ଏଇ ଭିଡ଼ ତାଲିକାରେ ଦୁବାଇ ସବୁଠୁ ଆଗରେ ରହିବ। ଆଜିକାଲି ଗାଁଗହଳିରେ ମଧ୍ୟ କାର୍‌ର ସଂଖ୍ୟା ବଢ଼ିଚାଲିଛି, ପ୍ରଦୂଷଣକୁ ଆମର ଏହି ବେଖାତିର୍ ମନୋଭାବ ଏଥିରୁ ଭଲଭାବେ ଦେଖିହେଉଛି। କାର୍‌ କିିଣାର ମୋହରୁ କିନ୍ତୁ ବିଶ୍ବର ଗୋଟିଏ ସହର ବର୍ତ୍ତିଯାଇଛି, ସ୍ପେନ୍‌ର ପୋଣ୍ଟେଭେଦ୍ରା ସହରଟି ସମଗ୍ର ବିଶ୍ବବାସୀଙ୍କୁ ଉଚିତ୍ ଶିକ୍ଷା ଦେଉଛି କହିଲେ ଭୁଲ ହେବନି। ମୋଟ୍ ୮୦ହଜାର ଜନସଂଖ୍ୟାବିଶିଷ୍ଟ ଏଇ ସହରର ବାସିନ୍ଦାଙ୍କ ଘରେ ଘରେ ସାଇକଲ୍ ହିଁ ଦେଖିବାକୁ ମିଳେ। କାର୍‌ କାହା ପାଖରେ ମଧ୍ୟ ନାହିଁ, ସ୍ଥାନୀୟ ପ୍ରଶାସନ ପ୍ରଦୂଷଣର ଭୟାବହତାକୁ ଲକ୍ଷ୍ୟ କରି ୧୯୯୯ରେ ସହରରେ ଏଭଳି ନିୟମ ପ୍ରଣୟନ କରିିଥିଲେ। ନିୟମ ଅନୁସାରେ, ସହରରେ କେହି ମଧ୍ୟ କାର୍ ରଖିପାରିବେନାହିଁ, ପ୍ରଥମେ ଲୋକେ ଏହି ନିୟମ ବିରୋଧରେ ଆନ୍ଦୋଳନ କଲେ। ଜରୁରୀ ପରିସ୍ଥିତି ଯେପରି କାହାର ଦେହ ଖରାପ ହେଲେ କିମ୍ବା ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ସମୟରେ କାର୍‌ର ଆବଶ୍ୟକତା ଥିବାର ଅନେକ ଯୁକ୍ତି ବାଢ଼ିଲେ, ହେଲେ ପ୍ରଶାସନ ସେ ଦିଗ ପ୍ରତି ଆଦୌ ଦୃଷ୍ଟି ଦେଲାନି। ସହରର ପ୍ରତ୍ୟେକ ପ୍ରାନ୍ତରେ ଚିକିତ୍ସାଳୟ ସୁବିଧା ସହ ଘୋଡ଼ାଗାଡ଼ି, ଇ-ରିକ୍ସା ସବୁ ସମୟରେ ପୋଣ୍ଟେଭେଦ୍ରାରେ ମିଳେ। କିଛି ମାସ ଲୋକ ହଇରାଣ ହେଲେ, ପରେ କିନ୍ତୁ ସେଇ ନିୟମରେ ଚଳିବାରେ ଅଭ୍ୟସ୍ତ ହୋଇଯାଇଛନ୍ତି। ପ୍ରଦୂଷଣମୁକ୍ତ ଏଇ ସହରରେ କାର୍ ଚଳାଇବା ପାଇଁ ରାସ୍ତା ହିଁ ନାହିଁ, ସାଇକଲ୍ ଚଳାଇ ନଚେତ୍ ଅଧିକାଂଶ ଚାଲଚାଲି ଯାତାୟାତ କରୁଥିବା ଦେଖାଯାଏ। ୨୦୧୨ରେ ପୋଣ୍ଟେଭେଦ୍ରା ସହରର ଲୋକଙ୍କ ସ୍ବାସ୍ଥ୍ୟ ଅନୁଧ୍ୟାନ କରାଯାଇ ଜଣାପଡ଼ିଥିଲା, ସହରରେ ରକ୍ତଚାପ ଓ ମେଦବହୁଳ ରୋଗୀଙ୍କ ସଂଖ୍ୟା ଶୂନ୍ ଥିବାବେଳେ ୯୫% ଲୋକ ସୁସ୍ଥ ଜୀବନ ଅତିବାହିତ କରୁଥିଲେ। କାର୍‌ କିଣି ଯେ ଆମେ ରୋଗକୁ ନିମନ୍ତ୍ରଣ କରିବା ସହ ପରିବେଶକୁ ପ୍ରଦୂଷିତ କରୁଛେ, ତାହା ଜାଣି ମଧ୍ୟ ଅଜଣା ହେବାର ଅଭିନୟ କରୁଛେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories