www.samajalive.in
Sunday, December 7, 2025
26.1 C
Bhubaneswar

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଗ୍ରହଣ ନ କରିବାରୁ ପୂର୍ବତନ ବସ୍‌ଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଏବଂ ତାହାକୁ ଗ୍ରହଣ କରିବା ଏକ ସାଧାରଣ କଥା। ପ୍ରତିଦିନ ଏମିତି ଲକ୍ଷ ଲକ୍ଷ ରିକ୍ୟୁଏଷ୍ଟ ସୋସିଆଲ ମିଡିଆରେ ପଠାଯାଉଛି। କେହି ତାହାକୁ ଗ୍ରହଣ କରନ୍ତି, ଆଉ କେହି ଅଣଦେଖା କରନ୍ତି। କିନ୍ତୁ କେବେ ଆପଣ ଭାବିଛନ୍ତି କାହାର ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କଲେ ସେ ଆପଣଙ୍କୁ ହତ୍ୟା ଧମକ ଦିଏ କି ଘରକୁ ଆସି କବାଟକୁ ଗୋଇଠା ମାରେ। ଏମିତି ହୁଏ ତ ଆପଣଙ୍କ ସହ ହୋଇ ନ ଥିବ। କିନ୍ତୁ ଏମିତି ଘଟଣା ଘଟିଛି ଆମେରିକାର ନର୍ଥ ଡାକୋଟାରେ।

ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ କର୍ମଚାରୀଙ୍କ ଫେସବୁକ୍‌ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କରିବାରୁ ସମ୍ପୃକ୍ତ କର୍ମଚାରୀ ଜଣକ ତାଙ୍କୁ ହତ୍ୟା ଧମକ ଦେବା ସହିତ ଘରକୁ ଆସି କବାଟକୁ ଧକ୍କା ଗୋଇଠା ମାରିଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ପୁଲିସ ଗତ ୨୯ ତାରିଖରେ ଗିରଫ କରିଛି।

- Advertisement -

ସୂଚନା ଅନୁସାରେ, ୨୯ ବର୍ଷୀୟ କାଲେବ ବୁର୍ଜିକ ଖ୍ରୀଷ୍ଟମାସ ଅବସରରେ ତାଙ୍କ ପୂର୍ବତନ ବସ୍‌ଙ୍କୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। କିନ୍ତୁ ପୂର୍ବତନ ବସ୍‌ ତାହାକୁ ଗ୍ରହଣ କରି ନ ଥିଲେ। ଏହା ପରଦିନ ବୁର୍ଜିକ ତାଙ୍କ ପୂର୍ବତନ ବସ୍‌ଙ୍କୁ ବାରମ୍ବାର ମେସେଜ କରି ହତ୍ୟା ଧମକ ଦେଇଥିଲେ। ‘ମୋ ରିକ୍ୟୁଏଷ୍ଟ ଗ୍ରହଣ କର, ନଚେତ ମୁଁ ତୁମକୁ ହତ୍ୟା କରିବାକୁ ଯାଉଛି’, ଏଭଳି ଧମକ ଦେଇଥିଲେ ବୁର୍ଜିକ। ଏହା ସହିତ ସେ ତାଙ୍କ ଘରକୁ ଯାଇ କବାଟକୁ ବାରମ୍ବାର ଗୋଇଠା ମାରିଥିଲେ।

ପୂର୍ବତନ ବସ୍‌ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାକୁ ନେଇ ଯେତିକି ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି, ସେତିକି ଚର୍ଚ୍ଚା ମଧ୍ୟ ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories