www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟସରକାର ଦୁର୍ନୀତିର ହୋଲସେଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚଳେଇଛନ୍ତି: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ସରକାର ପ୍ରଶ୍ରୟ ଦେଇଛନ୍ତି ।  ଆଉ ଏବେ କେବଳ ବାହା ବାହା ନେବା ପାଇଁ ସଂପତି ତାଲିକା କଥା ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୂର୍ବରୁ ଗେଜେଟେଡ ସରକାରୀ ଅଧିକାରୀ ମାନଙ୍କର ସଂପତି ତାଲିକା ପ୍ରକାଶ କରିବାର ବ୍ୟବସ୍ଥା ଅଛି। ଏହା ବ୍ୟତୀତ ନିର୍ବାଚନ ଲଢିଥିବା ସାଂସଦ ଓ ବିଧାୟକଙ୍କ ସଂପତି ତାଲିକା ସର୍ବସାଧାରଣରେ ରହିଛି। ଏକଥା କିଛି ନୂଆ ନୁହେଁ। କେବଳ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ପଂଚାୟତରେ ନିର୍ବାଚିତ ପ୍ରତିନିଧିମାନେ ଏବେ ସଂପତି ତାଲିକା ଦେବେ। ମୁଖ୍ୟମନ୍ତ୍ରୀ ଯଦି ଦୁର୍ନୀତିକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ବଡ ମାଛଙ୍କୁ ଛାଡି କେବଳ ଛୋଟ ମାଛ ମାନଙ୍କୁ କାହିଁକି ଧରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାଜ୍ୟସରକାର ଦୁର୍ନୀତିର ହୋଲସେଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚଳେଇଛନ୍ତି। ରାଜ୍ୟ ସରକାରଙ୍କର ଦୁର୍ନୀତିକୁ ବନ୍ଦ କରିବା ପାଇଁ କୌଣସି ଆନ୍ତରିକତା ନାହିଁ ନହେଲେ ୨୦ବର୍ଷ ପରେ ହଠାତ୍‍ କାହିଁକି ସଂପତି ତାଲିକା କଥା ମନେ ପଡିଲା? ରାଜ୍ୟସରକାର କେବଳ ଚୁନା ମାଛ ଯଥା ଜେଇ, ଅଙ୍ଗନବାଡି ଦିଦି , ଏଏନଏମ, ପିଇଓ, କିରାଣୀ ମାନଙ୍କ ଘରେ ରେଡ୍‍ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଆଉ ଏଇ ଛୋଟ କର୍ମଚାରୀ ମାନେ କାହା ବଳରେ ଏତେ ଧନ କମେଇଛନ୍ତି? ତାଙ୍କ ଧନ ବୃଦ୍ଧି ପଛରେ କାହାର ହାତ ରହିଛି, ସେ ବାବୁଙ୍କୁ ଗିରଫ କରାଯାଉନାହିଁ କାହିଁକି ? ବଡ ମାଛ ଯଥା ହେମନ୍ତ ଶର୍ମା, ଗଜଭିୟେ ଆଉ ମନୀଷ ଅଗ୍ରୱାଲଙ୍କ ଘରେ କେବେ ରେଡ୍‍ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

- Advertisement -

ସରକାର ଓ ବିଜୁ ଜନତା ଦଳ ଯେଉଁ ଉପରୁ ତଳ ଯାଏଁ ପିସି ଖଞ୍ଜି ଦେଇଛନ୍ତି, ଆଜି ସରକାରଙ୍କ ସବୁ କ୍ଷେତ୍ରରେ ଦୁର୍ନୀତି ତାହାର ପ୍ରତିଫଳନ। ଏବେ ଏହି ଛୋଟ କର୍ମଚାରୀମାନଙ୍କୁ ଧରି ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ଏବେବି ଗେଜେଟେଡ ଅଫିସର, ସାଂସଦ ଓ ବିଧାୟକଙ୍କ ସମ୍ପତି ତାଲିକା ସରକାରଙ୍କ ପାଖରେ ଅଛି। ଏହି ତାଲିକା ଆଧାରରେ ରାଜ୍ୟସରକାର ଦୁର୍ନୀତିକୁ ରୋକିବାରେ କ’ଣ ପଦକ୍ଷେପ ନେଇଛନ୍ତିି ? ତାକୁ କ’ଣ ଓ କେମିତି ଯାଂଚ କରାଯାଇଛି? ଅନ୍ୟପଟେ ସରକାର କହୁଛନ୍ତି ସବୁ ସମ୍ପତି ତାଲିକା ଲୋକୟୁକ୍ତଙ୍କ ପାଖକୁ ଯିବ। ହେଲେ ଲୋକାୟୁକ୍ତଙ୍କ ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହିଁ। ସେ ପୁଣି ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ଦାୟିତ୍ୱ ଦେବେ, ଯେଉଁଠି ସରକାରଙ୍କ ଇସାରାରେ ଭିଜିଲାନ୍ସ ତଦନ୍ତ କରିବ ଏବଂ ଅପରାଧୀକୁ କ୍ଲିନଚିଟ୍‍ ଦେବ। ସମସ୍ତ ଦୁର୍ନୀତିର ଉତ୍ସ ତୃତୀୟ ମହଲାରେ ରେଡ୍‍ କରି ମୁଖ୍ୟମନ୍ତ୍ରୀ ନିଜର ନିର୍ମଳ ଭାବମୂର୍ତିର ପରିଚୟ ଦିଅନ୍ତୁ। ବଡ ମାଛକୁ ପୋଖରୀ ଖରାପ କରିବାକୁ ଛାଡି ଦେଇ ଏମିତି ତଳ ତଳିଆ କର୍ମଚାରୀଙ୍କୁ ଗିରଫ କରି ମୁଖ୍ୟମନ୍ତ୍ରୀ ବାହାଦୂରୀ ମାରିବା ବନ୍ଦ କରନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories