www.samajalive.in
Monday, December 15, 2025
27.1 C
Bhubaneswar

ରାଜଧାନୀ ନିଶା କାରବାରର ନୂଆ ଠିକଣା; ୨୦ରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ

ଭୁବନେଶ୍ବର : ରାଜଧାନୀରେ ୨୦୨୦ ବର୍ଷରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି। କମିସନରେଟ ପୁଲିସ ଗତ କିଛି ବର୍ଷ ତୁଳନାରେ ସର୍ବାଧିକ ଚୋରା ଗଞ୍ଜେଇ ଓ ବ୍ରାଉନ୍‌ସୁଗର ଜବତ କରିଥିବାବେଳେ ଏସ୍‌ଟିଏଫ୍‌ ମଧ୍ୟ ରେକର୍ଡ ପରିମାଣର ବ୍ରାଉନସୁଗର ଜବତ କରିଛି।
ରାଜ୍ୟର ଅନ୍ୟ କୌଣସି ସ୍ଥାନ ତୁଳନାରେ ରାଜଧାନୀରେ ସବୁଠାରୁ ଅଧିକ ବ୍ରାଉନ୍‌ସୁଗର ଜବତ ହୋଇଛି। ତେଣୁ ରାଜଧାନୀ ଏକପ୍ରକାର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟି ଯାଇଛି। ଗତକାଲି କମିସନରେଟ ପୁଲିସର ଭୁବନେଶ୍ବର ସହରାଞ୍ଚଳ ଜିଲା ବାର୍ଷିକ ଅପରାଧ ସମୀକ୍ଷା ସମୟରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଚଳିତ ବର୍ଷ ରେକର୍ଡସଂଖ୍ୟକ ଗଞ୍ଜେଇ ଓ ବ୍ରାଉନ୍‌ସୁଗର ପୁଲିସ ଜବତ କରିଥିବାବେଳେ ସେହି ଅନୁସାରେ ଅଧିକ ମାମଲା କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅଳ୍ପସଂଖ୍ୟକ ମାମଲା ରୁଜୁ ଏବଂ ଅପରାଧୀଙ୍କଠାରୁ ଅଧିକ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବାରୁ ରାଜଧାନୀରେ ନିଶା କାରବାର ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇଛି। ଖୁଚୁରା ବ୍ୟବସାୟୀଙ୍କ ତୁଳନାରେ ହୋଲ୍‌ସେଲର ବ୍ୟବସାୟୀଙ୍କ କାରବାର ବଢ଼ିଛି।
ଚଳିତବର୍ଷ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୬୪୭.୩୮୭ କେଜି ଚୋରା ଗଞ୍ଜେଇ ଏବଂ ୨ କିଲୋ ୭୩୧ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଭୁବନେଶ୍ବର ସହରାଞ୍ଚଳ ଜିଲାରେ ୯୪ଟି ମାମଲା ରୁଜୁ କରାଯାଇଛି। ଏସବୁ ମାମଲାରେ ୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୂର୍ବବର୍ଷଗୁଡ଼ିକରେ ପୁଲିସ ଯେଉଁ ପରିମାଣରେ ମାମଲା ରୁଜୁ କରିଛି ତା’ଠାରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦୧୯ରେ ୧୩୦ଟି ମାମଲା ରୁଜୁ କରି ୨୨୬ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୨୪୧ କିଲୋ ଗଞ୍ଜେଇ ଏବଂ ୨ କିଲୋ ୩୩୭ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା।
ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନିଶା ବ୍ୟବସାୟୀ ସେମାନଙ୍କର ଆଡ୍ଡା ଜମାଉଛନ୍ତି। ନିଶା କାରବାରରେ ବେକାର ଯୁବକ ଏବଂ ଛାତ୍ରଙ୍କୁ ସାମିଲ କରୁଛନ୍ତି। କରୋନା କଟକଣା ସମୟରେ ସହରର ଗଳିକନ୍ଦି ଏବଂ ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ହେଉଥିଲା। କିଛି ନିଶା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଉ କିଛି ବ୍ୟବସାୟୀଙ୍କୁ ପୁଲିସ ଠାବ କରିପାରିନାହିଁ। ଏମାନେ ବସ୍‌ଷ୍ଟାଣ୍ଡ ଏବଂ ରେଳ​‌େ​‌ଷ୍ଟସନ ଆଖପାଖ ଅଞ୍ଚଳରେ ନିଶା କାରବାର କରୁଥିବା ଜଣାପଡ଼ିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories