www.samajalive.in
Thursday, December 11, 2025
27.1 C
Bhubaneswar

ଚଳିତବର୍ଷର ଶେଷ କ୍ୟାବିନେଟ ଆଜି; ଆସିବ ୧୨ ପ୍ରସ୍ତାବ

ଭୁବନେଶ୍ବର : ଚଳିତବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟା ସାଢ଼େ ୫ଟାରେ ଲୋକସେବା ଭବନରେ ବସିବ। ଉକ୍ତ କ୍ୟାବିନେଟରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି। ସେଥିମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ଭଳି ମହାପୁରୁଷଙ୍କ ଗ୍ରାମ ତଥା ଜନ୍ମସ୍ଥଳୀକୁ ଆଦର୍ଶ ଗ୍ରାମର ମାନ୍ୟତା ଦେବା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି।
ଏହାବାଦ୍ କୃ‌ଷି ବିପଣନ ଅଧ୍ୟାଦେଶ ସାଙ୍ଗକୁ ଓଏଏସ୍‌ମାନଙ୍କୁ ଅଧିକ ସୁବିଧା ସୁଯୋଗ ଦିଆଯାଇପାରେ। ସେମାନଙ୍କ କ୍ୟାଡର ପୁନର୍ଗଠନ ସହ ତାଙ୍କୁ ଅଧିକ ପଦ ଦିଆଯିବ। ସୂଚନା ଅନୁଯାୟୀ ଓଏଏସ୍‌ ସଂଘ ପକ୍ଷରୁ ଦୀର୍ଘଦିନ ଧରି ୪ଟି ବିଭାଗର ସଚିବ ସହ ୫୦ ସ୍ବତନ୍ତ୍ର ସଚିବ ଓ ୨୫୦ ଅତିରିକ୍ତ ସଚିବ ପଦ ମଗାଯାଇଥିଲା। ଏହାକୁ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ପୂର୍ବାହ୍ନରେ ଏନେଇ ଆଉ ଥରେ ବୈଠକ ଅନୁଷ୍ଠିତ ହେବ। ଏହାପରେ ଅପରାହ୍ନରେ କ୍ୟାବିନେଟରେ ପ୍ରସ୍ତାବ ଆସିପାରେ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ, ପୂର୍ତ୍ତ ବିଭାଗ, ଆଇନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories